ନୂଆଦିଲ୍ଲୀ: ଆଇପିଏଲ ୧୩ତମ ସିଜିନରୁ ଭିଭୋ ହଟିଯିବା ପରେ ନୂଆ ସ୍ପନସର ଖୋଜୁଛି ବିସିସିଆଇ । ଏନେଇ ବିସିସିଇ ପକ୍ଷରୁ ଟେଣ୍ଡର ଜାରି ହୋଇଛି । ଭିଭୋ ହଟିଯିବା ପରେ ଆଇପିଏଲ ଟାଇଟଲ ସ୍ପନସରସିପରେ ଜିୟୋ, ଆମାଜନ , ଟାଟା ଗୃପ, ଡ୍ରିମ ୧୧ ଓ ବାୟପୁ ଭଳି କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି । ବିସିସିଆଇ ପାରଦର୍ଶିପୂର୍ଣ୍ଣ ପ୍ରଯୋଜକ ଚାହୁଁ ଥିବାରୁ ଟେଣ୍ଡର ପ୍ରକ୍ରିୟା ପାଳନ କରାଯିବ ।
ସୂଚନାଅନୁସାରେ ଭାରତ -ଚୀନ ସୀମା ବିବଦକୁ ନେଇ ଚାଇନା ସାମଗ୍ରୀ ବହିଷ୍କାର ଦାବି ଜୋରଧରିବା ପରେ ଭିଭୋ ଗତ ସପ୍ତାହରେ ବିସିସିଆଇ ସହ ଚୁକ୍ତିନାମା ଶେଷ କରିଥିଲା । ଭିଭୋ ଇଣ୍ଡିଆ ୨୦୧୭ ରେ ଆଇପିଏଲ ଟାଇଟଲ ପ୍ରଯୋଜନା ଅଧିକାର ୨୧୯୯ କୋଟି ଟଙ୍କାରେ ହାସଲ କରିଥିଲା । ଚୁକ୍ତି ଅନୁଯାୟୀ, କମ୍ପାନୀକୁ ପ୍ରତି ସିଜନରେ ବିସିସିଆଇକୁ ପାଖାପାଖି ୪୦୦ କୋଟି ଟଙ୍କା ଦେବାକୁ ଥିଲା । ତେବେ ନୂଆ ସ୍ପନସର ଏତେ ଟଙ୍କା ନ ଦେଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି ଯେଉଁଥିପାଇଁ ବିସିସିଆଇକୁ ଫାଇଦା ହେବନାହିଁ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0