spot_img

ଚାନ୍ଦବାଲିରେ ବୋମାମାଡ, ୩ ଦୁର୍ବୃତ୍ତ ଅଟକ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏକ ବୋମାମାଡ ଘଟଣା ଚାଞ୍ଚଲ୍ୟକର ସୃଷ୍ଟି କରିଛି । ତିନି ଜଣ ଦୁର୍ବୃତ୍ତ ଏକ ଜଳଖିଆ ଦୋକାନ ଉପରେ ବୋମାମାଡ କରିଥିବା ସୂଚନା ମିଳିଛି । ସୁଚନା ମୁତାବକ, ଚାନ୍ଦବାଲି ଥାନା ଅନ୍ତର୍ଗତ ପାଞ୍ଚପଡାରେ ଉମାକାନ୍ତ ସାହୁଙ୍କ ଜଳଖିଆ ଦେକାନକୁ ତିନିଜଣ ଲୋକ ଖାଇବାକୁ ଯାଇଥିଲେ । କିଛି ସମୟରେ ସେଠାରେ ଖାଇବାକୁ ନେଇ ଉମାକାନ୍ତଙ୍କ ସହ ତାଙ୍କର ବଚସା ହୋଇଥିଲା । ସେହି ସମୟରେ ଉକ୍ତ ଦୋକାନକୁ ଜଣେ ପୋଲିସ କର୍ମଚାରୀ ସେଠାରୁ ସିଗାରେଟ୍ କିଣିଥିଲେ । ଏହାର ଫୋଟ ଉକ୍ତ ତିନି ଜଣ ମୋବାଇଲରେ ଉଠାଇଥିଲେ । ଉମାକାନ୍ତ ସେମାନଙ୍କୁ ସେହି ଫୋଟ ଡିଲିଟ୍ କରିବାକୁ କହିଥିଲେ । ସେମାନେ ଫୋଟ ଡିଲିଟ୍ କରିଥିଲେ, କିନ୍ତୁ ରାତି ପ୍ରାୟ ୧୨ଟା ବେଳେ ରାଗରେ ସେହି ତିନି ଜଣ ଦୁର୍ବୃତ୍ତ ଉମାକାନ୍ତଙ୍କ ଜଳଖିଆ ଦୋକାନ ଓ ପାଖଘରକୁ ସେମାନେ ୨ଟି ବୋମା ଫିଙ୍ଗିଥିଲେ । ଏହି ବୋମାମାଡରେ ଦୋକାନୀଙ୍କ ଝିଅ ସାମାନ୍ୟ ଆହାତ ହୋଇଛନ୍ତି । ତେବେ ଖବର ପାଇ ଚାନ୍ଦବାଲି ଥାନା ପୋଲିସ ୩ ଦୁର୍ବୃତ୍ତଙ୍କୁ ଧରି ଥାନାରେ ଅଟକ ରଖି ପଚରାଉଚରା କରୁଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular