ନୂଆଦିଲ୍ଲୀ: କେନ୍ଦ୍ର ପରିବେଶ , ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟର ପ୍ରୋଜେକ୍ଟ ଏଲିଫ୍ୟାଣ୍ଟ୍ ଡିଭିଜନ୍ ପକ୍ଷରୁ ଉନ୍ମୋଚିତ ହୋଇଛି ପୁସ୍ତକ ‘ବେଷ୍ଟ୍ ପ୍ରାକ୍ଟିସେସ୍ ଅଫ୍ ହ୍ୟୁମାନ୍ ଏଲିଫ୍ୟାଣ୍ଟ କନ୍ଫ୍ଲିକ୍ଟ୍ ମ୍ୟାନେଜମେଣ୍ଟ’ । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର୍ ଏହାକୁ ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକରେ ଦେଶରେ ମଣିଷ ଓ ହାତୀ ସଂଘର୍ଷର ପରିଚାଳନା ଉପରେ ରାଜ୍ୟମାନଙ୍କର ପଦକ୍ଷେପ ସମ୍ବନ୍ଧରେ ବିଶଦ୍ ଭାବେ ବର୍ଣ୍ଣନା କରାଯାଇଛି । ଏହି ପୁସ୍ତକରେ ଓଡିଶାରେ ନିଆଯାଇଥିବା ୬ଟି ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଓଡ଼ିଶାରେ ହାତୀମାନଙ୍କୁ ସେମାନଙ୍କ ଗୋଠ ଏବଂ ସେମାନଙ୍କ ପ୍ରାକୃତିକ ରହଣୀ ସ୍ଥଳକୁ ତଡ଼ିକି ପଠାଯିବା ପାଇଁ ଡ୍ରମ୍ ବଜାଯାଇଥାଏ । ଏଥିପାଇଁ ଲାଉଡ଼୍ ସ୍ପିକର ବ୍ୟବହାର କରାଯାଇଥାଏ । ସେହିଭଳି ହାତୀମାନଙ୍କୁ ଘଉଡେଇବା ପାଇଁ କ୍ରପ୍ଗାର୍ଡିଂ ବ୍ୟବସ୍ଥା ରହିଛି । ସେମାନଙ୍କୁ ବିଦ୍ୟୁତ୍ ଆଘାତରୁ ବଞ୍ଚାଇବା ପାଇଁ ବିଦ୍ୟୁତ୍ ଖୁଣ୍ଟରେ ଆବଶ୍ୟକୀୟ ପ୍ରତିରୋଧକ ଲଗାଯାଇଥାଏ । ହାତୀମାନଙ୍କୁ ଘଉଡ଼େଇବାକୁ ‘ପ୍ରାଇମେରି ରେସ୍ପନ୍ ଟିମ୍’ ଗଠନ କରାଯାଇଥିବା ମଧ୍ୟ ପୁସ୍ତକରେ ଉଲ୍ଲେଖ ଅଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0