spot_img

ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ୩ଜଣଙ୍କୁ କରୋନା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରବେଶ କରିଛି କରୋନା । କାର୍ଯ୍ୟାଳୟର କିଛି କର୍ମଚାରୀ ଚିହ୍ନଟ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପଜିଟିଭ ଚିହ୍ନଟ ହୋଇଥିବା ଆକ୍ରନ୍ତଙ୍କ ମଧ୍ୟରେ କାର୍ଯ୍ୟାଳୟର ୨ ପିଅନ ଓ ଜଣେ ଷ୍ଟେନୋ ରହିଛନ୍ତି । ଏହାଛଡା ଜିଲ୍ଳାପାଳଙ୍କ ଗାଡି ଚଳାଉଥିବା ଜଣେ ଡ୍ରାଇଭର ଅସୁସ୍ଥ ଥିବାରୁ ତାଙ୍କୁ ଛୁଟିରେ ପଠାଯାଇଛି । ତେବେ ଖବର ଜଣାପଡିବା ପରେ କାର୍ଯ୍ୟାଳୟର କର୍ମଚାରୀ କ୍ୱରୋଣ୍ଟାଇନରେ ରହିବାକୁ କିମ୍ବା କାର୍ଯ୍ୟାଳୟ ସଟଡାଉନ କରିବାକୁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । କାର୍ଯ୍ୟାଳୟର ଅନ୍ୟ କର୍ମଚାରୀମାନେ ତୁରନ୍ତ ସେମାନଙ୍କର ନମୁନା ପରୀକ୍ଷା କରାଇବା ପାଇଁ ଦାବି କରାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular