spot_img

ହୀରାକୁଦ ଜଳଭଣ୍ଡାରରୁ ମିଳିଲା ବିରାଟ କାୟ ମାଛ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ଦେଖିବାକୁ ମିଳିଛି ଏକ ବିରାଟକାୟ ମାଛ । ଜଳଭଣ୍ଡାରରେ କିଛି ମାଛ ଧରାଳି ମାଛ ଧରିବା ସମୟରେ ଏହି ବିରଳ ମାଛଟି ପାଣିରେ ବୁଲୁ ଥିବାର ଦେଖିଥିଲେ । ଏହି ମାଛଟିର ଓଜନ ୧୦ କୁଇଣ୍ଟାଲରୁ ଉର୍ଦ୍ଧ ହେବ ବୋଲି ସ୍ଥାନୀୟ ଅଞ୍ଚଳର ମାଛ ଧରାଳିମାନେ କହିଛନ୍ତି । ଆଜି ପର୍ଯ୍ୟନ୍ତ ଏତେ ବଡ ମାଛ ହୀରାକୁଦ ଜଳଭଣ୍ଡାର ଭିତରୁ ମିଳିବା ଏକ ଆଶ୍ଚର୍ଯ୍ୟର କଥା । ତେବେ ଏହି ମାଛ କେଉଁଠୁ ଆସିଲା ନା ଏଭଳି ପ୍ରଜାତିର ମାଛ ଜଳଭଣ୍ଡାରରେ ଆଉ ରହିଛନ୍ତି ସେ ନେଇ ମଧ୍ୟ ମତ୍ସ୍ୟ ବିଭାଗ ଯାଞ୍ଚ କରିବ ବୋଲି କହିଛି । ତେବେ ଏହି ମାଛ ଟିକୁ ଦେଖିବା ପାଇଁ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular