ଭୁବନେଶ୍ୱର: ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୨୦୨୦ର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି । ନୟାଗଡ ଜିଲ୍ଲାରେ ସର୍ବାଧିକ ୮୬.୫୧ ପ୍ରତିଶତ ପିଲା ପାସ୍ କରିଥିବା ବେଳେ ଝାରସୁଗୁଡା ଜିଲ୍ଳାରେ ସର୍ବନିମ୍ନ ୪୦.୭୧ ପ୍ରତିଶତ ପିଲା ପାସ କରିଛନ୍ତି । ଏହି ସମ୍ପର୍କରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଚଳିତ ବର୍ଷ ମୋଟ ୯୭ ହଜାର ୩୭୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୦.୨୧ ପ୍ରତିଶତ ପିଲା ପାସ କରିଛନ୍ତି । ପ୍ରଥମ ଶ୍ରେଣୀରେ ୨୫ହଜାର ୩୩୯ଜଣ ପିଲା ପାସ୍ କରିଛନ୍ତି । ଦ୍ୱତୀୟ ଶ୍ରେଣୀରେ ୨୪ ହଜାର ୧୨୧ ଜଣ ପିଲା ପାସ କରିଥିବା ବେଳେ ତୃତୀୟ ଶ୍ରେଣୀରେ ୧୮ ହଜାର ୨୬୮ ଜଣ ପିଲା ପାସ କରିଛନ୍ତି । ପାସ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୮ହଜାର ୩୦୧ ଜଣ ଛାତ୍ର ଥିବା ବେଳେ ୩୦ ହଜାର ୦୭୩ ଜଣ ଛାତ୍ରୀ ରହିଛନ୍ତି । ରାଜ୍ୟରେ ଆଉ ୧୫ଟି କଲେଜରୁ କୌଣସି ପିଲା ପାସ କରି ନାହାନ୍ତି । ଏହିସବୁ ଜୁନିୟର କଲେଜ ମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0