ବ୍ରହ୍ମପୁର : ‘କ୍ୱାରେଣ୍ଟିନ୍ ଫିଲ୍ମ ଫେଷ୍ଟିଭାଲ୍- ୨୦୨୦’ ରେ ପୁରସ୍କୁତ ହେଲା ଓଡିଆ କ୍ଷୁଦ୍ର ଫିଲ୍ମ ‘ମାସ୍କ’ । ଅର୍ଜେଣ୍ଟିନାରେ ଅନୁଷ୍ଠିତ ହୋଇଥିବା ଏହି ଫିଲ୍ମ ଫେଷ୍ଟିଭାରରେ ‘ପିପୁଲସ୍ ଚଏସ୍’ ରେ ସମ୍ମାନିତ ହୋଇଛି ଫିଲ୍ମ ମାସ୍କ । ଏହି ଫିଲ୍ମଟିକୁ ବ୍ରହ୍ମପୁରର ପ୍ରଶାସନିକ ଅଧିକାରୀ ଡାକ୍ତର ଶ୍ୱେତା କୁମାର ଦାସ ପ୍ରସ୍ତୁତ କରିଥିଲେ । ଚଳଚିତ୍ରଟିରେ ଗୋଟିଏ ଗରୀବ ଘରର ପାଠ ପଢୁଆ ପୁଅ ରାତିରେ ମାସ୍କ ସିଲାଇ କରି ସକାଳେ ବୁଲି ବୁଲି ବିକ୍ରି କରିବା କଥା ଦେଖାଯାଇଛି । ମାସ୍କ ବିକ୍ରି କରିବା ପରେ ପିଲାଟିକୁ ଯାହା ଟଙ୍କା ମିଳେ ସେଥିରେ ତାଙ୍କ ଘର ଚଳେ । ଦିନେ ମାସ୍କ ପିନ୍ଧି ନଥିବା ଜଣେ କାରମାଲିକଙ୍କୁ ମାଗଣାରେ ୩ଟି ମାସ୍କ ଦେଇ ନିଜେ ସୁରକ୍ଷିତ ରହିବା ସହ ଦେଶକୁ ସୁରକ୍ଷିତ ରଖିବାକୁ ଛୋଟ ପିଲାଟି ଉପଦେଶ ଦେଉଥିବା ଦେଖିବାକୁ ମିଳିଛି । ଏହି ଫିଲ୍ମଟି ୭ ମିନିଟର ହୋଇଥିବା ବେଳେ କରୋନା ମହାମାରୀ ସମୟରେ ମାସ୍କର ଗୁରୁତ୍ୱକୁ ଏଥିରେ ଦର୍ଶାଯାଇଛି । ଆୱାର୍ଡ ପାଇବା ପରେ ଡାକ୍ତର ଦାସଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ଗଣେଶୀ ଲାଲ୍ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0