spot_img

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ । ମସ୍ତିଷ୍କରେ ଅସ୍ତୋପଚାର ପରେ ସେ ଭେଣ୍ଟିଲେଟର ସହାୟତାରେ ରହିଥିଲେ । ମାତ୍ର ଏବେ ସେ କୋମାକୁ ଚାଲିଯାଇଥିବା ଦିଲ୍ଲୀର ଆର୍ମି ରିସର୍ଚ୍ଚ ଏବଂ ରେଫରାଲ୍ ହସ୍ପିଟାଲ ତରଫରୁ ସୂଚନା ମିଳିଛି । ଭେଣ୍ଟିଲେଟର ସହାୟତାରେ ରହିଥିବା ବେଳେ ତାଙ୍କ ଶରୀରର ତାପମାତ୍ରା, ରକ୍ତଚାପ, ହୃଦସ୍ପନ୍ଦନ ଏବଂ ଶ୍ୱାସକ୍ରିୟା ସ୍ଥିର ରହିଥିବା ନେଇ ଚିକିତ୍ସା କରୁଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି । ସୂଚନା ମୁତାବକ, ଶ୍ରୀ ପ୍ରଣବ ମୁଖାର୍ଜୀ ଗତ ଅଗଷ୍ଟ ୧୦ ତାରିଖ ଦିନ ନୂଆଦିଲ୍ଲୀର ଆର୍ମି ରିସର୍ଚ୍ଚ ଏବଂ ରେଫରାଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବା ଜାଣିବା ପରେ ସୋମବାର ତାଙ୍କର ମସ୍ତିକର ଅସ୍ତ୍ରୋପଚାର କରାଯାଇଥିଲା । ମାତ୍ର ଏହାର କିଛି ସମୟ ପୂର୍ବରୁ ସେ କୋଭିଡ-୧୯ ପଜିଟିଭ ମଧ୍ୟ ଚିହ୍ନଟ ହୋଇଥିଲେ । ଏନେଇ ସେ ନିଜେ ମଧ୍ୟ ଟ୍ୱିଟ କରି ଜଣାଇଥିଲେ । ମାତ୍ର ଅସ୍ତ୍ରୋପଚାର ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବା ବେଳେ ତାଙ୍କୁ ଭେଣ୍ଟିଲେଟର ସହାୟତାରେ ରଖାଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular