କଟକ: ଅନେକ ସମୟରେ ଡାକ୍ତରଙ୍କ ପ୍ରେସକ୍ରିପସନ୍ ଲେଖା ପଢିବାକୁ ସମ୍ଭବ ହେଉ ନଥିବାରୁ ସ୍ପଷ୍ଟ ଅକ୍ଷରରେ ପ୍ରେସକ୍ରିପସନ ଲେଖିବାକୁ ହାଇାକାର୍ଟଙ୍କ ନିର୍ଦ୍ଦେଶ ମିଳିଛି । ଯେଉଁ ଡାକ୍ତରମାନଙ୍କ ହସ୍ତାକ୍ଷର ଭଲ ନ ଥିବ ସୋମାନେ ପ୍ରେସକ୍ରିପସନରେ ଔଷଧର ନାଁ ବଡ ଅକ୍ଷର ତଥା କ୍ୟାପିଟାଲ ଲେଟରରେ ସ୍ପଷ୍ଟ ଭାବେ ଲେଖିବେ । ୨୦୧୬ରେ ମେଡିକାଲ କାଉନସଲ୍ ଅଫ୍ ଇଣ୍ଡିଆ ଏ ସଂକ୍ରାନ୍ତରେ ବିଜ୍ଞାପ୍ତି ଜାରି କରିଥିଲା । ଏମସିଆଇ ବିଜ୍ଞାପ୍ତିକୁ ଆଧାର କରି ଏଭଳି ନିୟମ କାର୍ଯ୍ୟକାରୀ ପାଇଁ ମହାରାଷ୍ଟ୍ର ଓ ଝାଡଖଣ୍ଡ ରାଜ୍ୟ ମଧ୍ୟ ସ୍ୱତନ୍ତ୍ର ସର୍କୁଲାର ଜାରି କରିଛନ୍ତି । ତେଣୁ ରାଜ୍ୟରେ ମୁଖ୍ୟ ଶାସନ ସଚିବ ଏହି ପ୍ରସଙ୍ଗରେ ଅନୁଧ୍ୟାନ କରିବା ସହିତ ଏମସିଆଇ ଓ କେନ୍ଦ୍ର ସରକାରଙ୍କ ସହିତ ପରାମର୍ଶ କରି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଡାକ୍ତରଙ୍କ ଅସ୍ପଷ୍ଟ ହସ୍ତାକ୍ଷର ଯୋଗୁଁ ବିଭିନ୍ନ ଅସୁବିଧା ହେବାର ଆଶଙ୍କା ରହିଥିବା ପ୍ରସଙ୍ଗକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି କରି ଏପରି ରାୟ ରଖିଛନ୍ତି । ରାୟରେ ଉଲ୍ଲେଖ ଅଛି ଯେ, ଡାକ୍ତରଙ୍କ ପ୍ରେସକ୍ରିପସନ୍, ଓପିଡି ସ୍ଲିପ, ପୋଷ୍ଟମର୍ଟମ ରିପୋର୍ଟ, ଇଞ୍ଜୁରି ରିପୋର୍ଟ ଇତ୍ୟାଦିରେ ଲେଖା ସ୍ପଷ୍ଟ ହେବା ଆବଶ୍ୟକ । ଅନେକ ସମୟରେ ପ୍ରେସକ୍ରିପସନରେ ଲେଖା ଯାଇଥିବା କଥାର ଅର୍ଥ ବୁଝିବାରେ ଫାର୍ମାସିଷ୍ଟ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତିବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି । ତେଣୁ ଏହାକୁ ସବୁ ଦୃଷ୍ଟିରେ ରଖି ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ଏପରି ପରାମର୍ଶ ଦେଇଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0