ରାଜସ୍ଥାନ : ଶେଷରେ ରାଜସ୍ଥାନ ରାଜନୈତିକ ସଙ୍କଟର ପରିସମାପ୍ତି ଘଟିଛି । ଦୀର୍ଘ ଗୋଟିଏ ମାସ ଧରି ଚାଲିଥିବା ଦଳଗତ ବିବାଦର ଅବସାନ ଘଟିଛି । ସଚ୍ଚିନ ପାଇଲଟ୍ ବିଦ୍ରୋହରୁ ଓହରି ଜୟପୁର ଫେରିବା ସହ ସବୁକିଛି ସ୍ୱାଭାବିକ ହୋଇଯାଇଛି । ସାଧାରଣତଃ ୪ଟି ମୁଖ୍ୟ କାରଣ ଯୋଗୁଁ ପୁଣି ଥରେ ପାଇଲଟ କଂଗ୍ରେସକୁ ଫେରିଛନ୍ତି । କେବଳ ରାଜସ୍ଥାନ ବିଧାନସଭା ନିର୍ବାଚନ ନୁହେଁ ବରଂ ଆଗାମୀ ଲୋକସଭା ନିର୍ବାଚନ ପାଇଁ ମଧ୍ୟ ପାଇଲଟଙ୍କ ଭୂମିକାକୁ ନଜରରେ ରଖି କଂଗ୍ରେସ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ପ୍ରିୟଙ୍କା ୨୦୨୨ ବିଧାନସଭା ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରାଜ୍ୟରେ ପ୍ରାୟ ୫୫ ପ୍ରତିଶତ ଆସନ ଗୁର୍ଜର ସମ୍ପ୍ରଦାୟଙ୍କ ପ୍ରଭାବ ଥିବା ଅଞ୍ଚଳରେ ରହିଛି । ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ରାଜସ୍ଥାନ ନିର୍ବାଚନରେ ଜିତିବାର ଏକ ପ୍ରମୁଖ କାରଣ ହେଉଛି ଏହି ସମ୍ପ୍ରଦାୟ ଉପରେ ପାଇଲଟଙ୍କ ଦଖଲକୁ ଭଲ ଭାବେ ହୃଦବୋଧ କରିବା ପରେ ସେ ଗେହଲଟ୍ ଏବଂ ପାଇଲଟଙ୍କ ମଧ୍ୟରେ ଥିବା ଭୁଲ୍ ବୁଝାମଣାକୁ ସୁଧାରିବାକୁ ଚେଷ୍ଟା କରିଥିଲେ । ପାଇଲଟଙ୍କୁ କଂଗ୍ରେସ ଦଳକୁ ଫେରାଇ ଆଣିବାର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି, ଯୁବ ନେତାମାନେ ପାଇଲଟଙ୍କ ପ୍ରତ୍ୟାବର୍ତ୍ତନ ଚାହିଁଥିଲେ । ପାଇଲଟ ଦଳ ଛାଡିବା ସହ ଅନେକ ଯୁବ ନେତା ମଧ୍ୟ ଦଳ ଛାଡିଦେବେ ବୋଲି ଦାବି ହୋଇଥିଲା ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0