ଖଲ୍ଲିକୋଟ: ଛତ୍ରପୁର NAC ୱାର୍ଡ ନଂ ୧ ଏବଂ ୨ ରେ ଆଣ୍ଟିଜେନ ଟେଷ୍ଟ ଆରମ୍ଭ ହୋଇଛି। ବ୍ୟବସାୟୀ ଓ ଅନ୍ୟମାନେ ଏହି ଟେଷ୍ଟ କରୁଛନ୍ତି। ଜିଲ୍ଲାର ପ୍ରତ୍ୟେକ ବ୍ୟବସାୟୀ କୋଭିଡ ଟେଷ୍ଟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ଦୋକାନୀ ଟେଷ୍ଟିଂ କରିବେ ନାହିଁ ସେମାନେ ଦୋକାନ ଖୋଲି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।
ଛତ୍ରପୁର NACରେ ପୁଣି ୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଛତ୍ରପୁର ଏନଏସିରେ ମୋଟ ୧୩୯ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୯୮ଜଣ ସୁସ୍ଥ ହୋଇଛନ୍ତି । କରୋନାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣଙ୍କ ଚିକିତ୍ସା ଚାଲିଛି । ଘର ଘର ବୁଲି ସ୍ବାସ୍ଥ୍ୟ ଯାଞ୍ଚ ପରେ ଏବେ ପ୍ରତିଦିନ ଆଣ୍ଟିଜେନ ଟେଷ୍ଟ କରାଯିବ ବୋଲି ସ୍ଥିର କରାଯାଇଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0