ତାଳଚେର: ଚଳିତ ବର୍ଷ ତାଳଚେରରେ ପ୍ରସିଦ୍ଧ ଗଣେଶ ପୂଜା ଉପରେ ରୋକ୍ ଲାଗିଛି । କୋଭିଡ୍ ୧୯ ର ଭୟାବହତାକୁ ନଜରରେ ରଖି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ଚଳିତ ବର୍ଷ ପୂଜା ଉପରେ ରୋକ୍ ଲାଗାଇଛନ୍ତି ଉପଜିଲ୍ଲାପାଳ । ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନରେ ସାମୂହିକ ପୂଜା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି । ପ୍ରତିବର୍ଷ ତାଳଚେରରେ ୭୦ରୁ ଅଧିକ ପୂଜା ମଣ୍ଡପରେ ପୂଜା ପାଇଥାନ୍ତି ପ୍ରଭୁ ଗଜାନନ । ତେବେ ଚଳିତ ବର୍ଷ ତାଳଚେରରେ କୌଣସି ସର୍ବସାଧାରଣ ସ୍ଥାନ, ମଣ୍ଡପ, କୌଣସି ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନରେ ଗଣେଶ ପୂଜା ହେବ ନାହିଁ ବୋଲି ପ୍ରଶାସନିକ ବୈଠକରେ ନିଷ୍ପତ୍ତି ହୋଇଛି । ଯଦି କେହି ଏହି କଟକଣାକୁ ଅବମାନନା କରି ପୂଜା ଆୟୋଜନ କଲେ ତେବେ କୋଭିଡ ନିୟମ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0