ଝାରସୁଗୁଡା: ସମ୍ବଲପୁର ପରେ ଝାରସୁଗୁଡାରେ କୋହଳ ହେଲା କଟକଣା । ଆସନ୍ତା ୨୩ ତାରିଖରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ଲଗ୍ନଧାର୍ଯ୍ୟ ହୋଇଛି । ପୂର୍ବରୁ ଝାରସୁଗୁଡା ଜିଲ୍ଳା ସପ୍ତାହାନ୍ତ କଟକଣା ରହିଥିଲା । ନୂଆଖାଇ ପାଇଁ ଦୁଇଦିନିଆ ସଟଡାଉନ୍ କଟକଣା କୋହଳ କରାଯାଇଛି । ଆସନ୍ତା ୨୨ ତାରିଖରେ ନୂଆଖାଇ କିଣାକିଣି ପାଇଁ ସକାଳ ୭ଟାରୁ ସଂନ୍ଧ୍ୟା ୫ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ସେହିପରି ଆସନ୍ତା ୨୩ ତାରିଖରେ ନୂଆଖାଇ ପାଇଁ ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏଁ କୋହଳ ହେବ କଟକଣା । ଦୁଇ ଚକିଆ ଗାଡିରେ ଦୁଇଜଣ ଯାତ୍ରା କରିପାରିବେ ବୋଲି ଜିଲ୍ଲାପାଳ ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0