ଛତିଶଗଡ଼: ନକ୍ସଲମାନଙ୍କ ସହିଦ ସପ୍ତାହ ପାଳନ ହେବାର ସପ୍ତାହେ ନପୁରୁଣୂ ୧୬ଜଣ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦାନ୍ତେବାଡ଼ା ଜିଲ୍ଲାରେ ।
ଉିଳିଥିବା ସୂଚନା ଅନୁଯାୟୀ, ଦନ୍ତେବାଡ଼ା ଜିଲ୍ଲା ପୁଳିସ୍ କାର୍ଯ୍ୟାଳୟରେ ଗତକାଲି ରରାତିରେ ୧୬ଜଣ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ଭିତରେ ୩ଜଣ କୁଖ୍ୟାତ ମାଓବାଦୀ ଅଛନ୍ତି, ଯେଉଁମାନଙ୍କ ନାଁଆରେ ୧ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି । ଏମାନେ ସମସ୍ତେ ଜନ ମିଲିକିଆ କମାଣ୍ଡର ଥିଲେ ବୋଲି ଜଣାଯାଇଛି । ଏମାନେ ହତ୍ୟା ଲୁଟପାଟ ଓ ଯାନବାହାନରେ ନିଆ୍ୟ ଲଗାଇବା ଭଳି ଅପରାଧ ସହ ଜଡ଼ିତ ଥିଲେ ।
ଗତକାଲି ଏହି ୧୬ ମାଓବାଦୀ ଦନ୍ତେଵାଡ଼ା ଆରକ୍ଷୀ ଅଧୀକ୍ଷକ ଅଭିଷେକ ପଲ୍ଲବଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ତା’ଛଡ଼ା ସେମାନଙ୍କୁ ଆତ୍ମନିର୍ଭରଶୀଳ ହେବା ଲାଗି ତାଲିମ ଦିଆଯିବ। ଏହାକୁ ଦନ୍ତେଵାଡ଼ା ପୁଲିସର ବଡ଼ ସଫଳତା ବୋଲି କୁହାଯାଉଛି।



Visitors Today : 0
Total Visitors : 130423
Total Views : 9891953
Visitors Online Now : 0