spot_img

ସୁବର୍ଣ୍ଣପୁର ଜିଲ୍ଳାରୁ ବଜ୍ରକାପ୍ତା ଉଦ୍ଧାର

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବଡକାର୍ଲେ ଗାଁରେ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଡୁଙ୍ଗୁରୀପାଲି ବ୍ଲକ ବଡକର୍ଲେ ଗାଁରେ ଗ୍ରାମବାସୀ ଏକ ବଜ୍ରକାପ୍ତା ଦେଖିବାକୁ ପାଇଥିଲେ । ବଜ୍ରକାପ୍ତାଟି ପ୍ରାୟ ୨ଫୁଟ ଲମ୍ବର ହୋଇଥିବା ଦେଖିବାକୁ ମିଳିଥିଲା । ଗାଁ ମଝିରେ ଏହି ବଜ୍ରକାପ୍ତାକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା । ଏଭଳି ବିରଳ ବଜ୍ରକାପ୍ତା ଉଦ୍ଧାର ଘଟଣା ଏହି ଅଞ୍ଚଳରେ ପ୍ରଥମ ହୋଇଥିବା ହେତୁ ଜିଲ୍ଳାରେ ଚର୍ଚ୍ଚାର ବିଷୟ ହୋଇଛି । ଆଜି ସକାଳୁ ସ୍ଥାନୀୟ ଲୋକେ ରାମପୁର ପୋଲିସ ଓ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଅନୁସାନ୍ଧାନ ଜାରି ରଖିଥିବା ବେଳେ ଏହା ନିକଟସ୍ଥ ଚୁଡାଖାଇ କିମ୍ବା ପୁଜା ଡୁଙ୍ଗୁରି ଜଙ୍ଗଲରୁ ଆସିଥିବା ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular