ଭୁବନେଶ୍ୱର: ଖାଣ୍ଟି ଓଡ଼ିଆ ଖାଦ୍ୟକୁ ପସନ୍ଦ କରନ୍ତି ନବୀନ । ତାଙ୍କର ପ୍ରିୟ ଖାଦ୍ୟ ହେଉଛି ପଖାଳ । ଓଡ଼ିଆଙ୍କ ପ୍ରାଣ ପଖାଳ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପସନ୍ଦ । ଏକଥା ଖୋଦ ସେ ନିଜେ କହିଛନ୍ତି । ଓଡ଼ିଆ ଖାଦ୍ୟର ପ୍ରଚାର ପ୍ରସାର ପାଇଁ ଓଟିଡ଼ିସି ଆରମ୍ଭ କରୁଛି ଆମ ଘର ଆମ ହାଣ୍ଡିଶାଳ ନାଁରେ ଏକ ରୋଷେଇ କାର୍ଯ୍ୟକ୍ରମ । ଏହି କାଯ୍ୟକ୍ରମରେ ଓଡ଼ିଆ ଖାଦ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନର କଥା କହିଛନ୍ତି । ଓଡ଼ିଶା ହେଉଛି ଜଗନ୍ନାଥଙ୍କ ଦେଶ । ଓଡ଼ିଶା ଖାଦ୍ୟ ରୁଚିର ସ୍ୱତନ୍ତ୍ର ପରିଚୟ ରହିଛି ।
ସମଗ୍ର ବିଶ୍ୱରେ ଓଡ଼ିଆ ଖାଦ୍ୟପେୟର ପରିଚୟ ସ୍ୱତନ୍ତ୍ର। ଏହାର ଲୋକପ୍ରିୟତାକୁ ଆହୁରି ସୁଦୂରପ୍ରସାରୀ କରିବା ପାଇଁ @odisha_tourism ଓ ଓଟିଡିସି ପକ୍ଷରୁ ପ୍ରସ୍ତୁତ 'ଆମ ଘର ଆମ ହାଣ୍ଡିଶାଳ' କାର୍ଯ୍ୟକ୍ରମ ଆସନ୍ତାକାଲିଠାରୁ ଶନିବାର ଓ ରବିବାର ଦିନ ୧.୩୦ରେ @DDOdiaNews ରେ ପ୍ରସାରିତ ହେବାକୁ ଯାଉଛି। #AmaGharaAmaHandishala pic.twitter.com/GuKog166TM
— CMO Odisha (@CMO_Odisha) August 14, 2020
ଓଡ଼ିଶା ବାହାରୁ ଆସୁଥିବା ଅତିଥିଙ୍କୁ ସେ ଓଡ଼ିଆ ଖାଦ୍ୟ ପରଷିନାନ୍ତି ବୋଲି ବାର୍ତାରେ କହିଛନ୍ତି ନବୀନ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀଙ୍କ ଏହି ବାର୍ତ୍ତା ଓଡିଶା ପର୍ୟ୍ୟଟନର ପ୍ରଚାର ଦିଗରେ ଅଧିକ ସହାୟକ ହେବ ବୋଲି ମନେ କରାଯାଉଛି । ଲକାଡାଉନ ସମୟରେ ଅନଲାଇନ ମାଧ୍ୟମରେ ଓଟିଡିସି ପକ୍ଷରୁ ଆମ ଘର ଆମ ହାଣ୍ଡିଶାଳ କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ବିଭିନ୍ନ ବର୍ଗର ଲୋକ ଭାଗ ନେଇ ନିଜର ରୋଷେଇ ଦକ୍ଷତା ଦେଖାଇଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0