ଭୁବନେଶ୍ବର: ଆଜି ରାଜ୍ୟରେ ୧୯୭୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୨୪୧ ଓ ସ୍ଥାନୀୟ ଅଞ୍ଚଳରୁ ୭୩୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪,୬୩୦କୁ ବୃଦ୍ଧି ପାଇଛି।
ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏଯାବତ୍ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୪,୧୨୨ ଥିବା ବେଳେ ଖୋର୍ଦ୍ଧାରେ ୭୭୮୪, କଟକରେ ୩୬୧୯, ସୁନ୍ଦରଗଡ଼ରେ ୨୮୦୫, ଗଜପତିରେ ୨୨୧୨, ଯାଜପୁରରେ ୧୮୩୧, ରାୟଗଡ଼ରେ ୧୮୦୪, ବାଲେଶ୍ବରରେ ୧୬୮୪, କୋରାପୁଟରେ ୧୫୮୦, ପୁରୀରେ ୧୫୫୫, ନୟାଗଡ଼ରେ ୧୩୩୪, ସମ୍ବଲପୁରରେ ୧୩୨୮, ଭଦ୍ରକରେ ୧୩୦୦, କନ୍ଧମାଳରେ ୧୨୦୧, ମୟୂରଭଞ୍ଜରେ ୧୧୫୪, କେନ୍ଦୁଝରରେ ୧୧୨୦, ମାଲକାନଗିରିରେ ୧୦୮୩, ଜଗତ୍ସିଂହପୁରରେ ୧୦୧୦, ଢେଙ୍କାନାଳରେ ୭୯୬, କେନ୍ଦ୍ରାପଡ଼ାରେ ୭୮୮, ବଲାଙ୍ଗୀରରେ ୭୮୮, ବରଗଡ଼ରେ ୭୬୪, କଳାହାଣ୍ଡିରେ ୬୭୧, ଝାରସୁଗୁଡ଼ାରେ ୪୯୨, ଅନୁଗୁଳରେ ୪୬୬, ନବରଙ୍ଗପୁରରେ ୪୫୪, ସୋନପୁରରେ ୨୭୬, ବୌଦ୍ଧରେ ୨୫୭, ନୂଆପଡ଼ାରେ ୨୩୩ ଓ ଦେଓଗଡ଼ରେ ୧୨୧ରେ ପହଞ୍ଚିଛି।
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୩୭,୯୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬,୩୫୩ ରହିଛି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0