ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଅଗଷ୍ଟ ୧୫ ତାରିଖରେ ୭୪ ତମ ସ୍ୱାଧୀନତା ଦିବସ ପାଳନ ସମୟରେ ଲାଲକିଲ୍ଲା ଏବଂ ଆଖପାଖ ଅଞ୍ଚଳରେ ସମସ୍ତ ପ୍ରକାର ସୁବିଧା ପାଇଁ ଦିଲ୍ଲୀ ପୋଲିସ ବିଭିନ୍ନ ପ୍ରକାର ନିରାପତ୍ତା ବ୍ୟବସ୍ଥା କରିଛି । ଏଥିନିମନ୍ତେ ଦିଲ୍ଲୀ ପୋଲିସକୁ ସହାୟତା କରିବେ ଏନ୍ଏସ୍ଜି, ଏସ୍ପିଜି ଏବଂ ଆଇଟିବିପି ଭଳି ଏଜେନ୍ସିମାନେ । ନିରାପତ୍ତା ବ୍ୟବସ୍ଥା ଉପରେ ଦୃଷ୍ଟି ରଖିବାକୁ ଗୁରୁତବପୂର୍ଣ୍ଣ ସ୍ଥାନମାନଙ୍କରେ ସ୍ଟାଟ୍ ଟିମ୍, ଓ ପରାକ୍ରମ ଭ୍ୟାନ ମୁତୟନ କରାଯାଇଛି ଏବଂ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବାକୁ ଫେସିଆଲ ରେକଗ୍ନିସନ ସିଷ୍ଟମ୍ ରଖାଯାଇଛି । କରୋନା ମହାମାରୀ ସମୟରେ ସ୍ୱାଧୀନତା ଦିବସରେ କରୋନାଭାଇରସ୍ ସମ୍ବନ୍ଧୀୟ ଆବଶ୍ୟକ ସମସ୍ତ ମାର୍ଗଦର୍ଶିକା ମଧ୍ୟ ଲାଗୁ କରାଯିବ ବୋଲି ଦିଲ୍ଲୀ ପୋଲିସ କହିଛି । ଏହି ସମୟରେ ଜାତୀୟ ରାଜଧାନୀରେ ସର୍ବସାଧାରଣଙ୍କର ଯାନବାହନ ନରାପଦରେ ଚଳାଚଳ କରିବା ନିମନ୍ତେ କର୍ମଚାରୀ ମୁତୟନ କରାଯାଇଛି । କେନ୍ଦ୍ରୀୟ ଦିଲ୍ଲୀର କେତେକ ସ୍ଥାନ ବ୍ୟତୀତ ସମଗ୍ର ସହରରେ ହାଇ ସିକ୍ୟୁରିଟି ଲାଗୁ କରାଯାଇଛି । ଲାଲକିଲ୍ଳାରେ ଆୟୋଜନ କରାଯାଇଥିବା ସ୍ୱାଧୀନତା ଦିବସ ଉତ୍ସବରେ ଜାତୀୟ ସଙ୍ଗୀତ ଗାୟନ ଓ ୨୧ ଟି ତୋପ ସଲାମୀ ମଧ୍ୟରେ ଜାତୀୟ ପତାକା ଉତ୍ତୋଳନ ହେବ । ସଶସ୍ତ୍ର ବାହିନୀ ଏବଂ ଦିଲ୍ଲୀ ପୋଲିସ ପ୍ରଧାନମନ୍ତ୍ରୀ ଗାର୍ଡ ଅଫ୍ ଅନର୍ ପ୍ରଦାନ କରିବେ । ଏହାପରେ ପ୍ରଧାନମନ୍ତ୍ରୀ ଅଭିଭାଷଣ ପ୍ରଦାନ କରିବେ ଓ ଶେଷକୁ ତ୍ରିରଙ୍ଗା ବେଲୁନ ଛଡାଯିବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0