spot_img

୭୪ ତମ ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଆଜି ଦେଶ ପାଳୁଛି ୭୪ ତମ ସ୍ୱାଧୀନତା ଦିବସ । ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ଦେଶ ଉପଲକ୍ଷେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲଗାତାର ସପ୍ତମ ଥର ପାଇଁ ଐତିହାସିକ ଲାଲକିଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ।ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ କରୋନା ଯୋଦ୍ଧାମାନଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଆତଙ୍କବାଦ ହେଉ କି ବିସ୍ତାରବାଦ, ଭାରତ ଶତ୍ରୁ ଆଖିଲେ ଆଖି ମିଳାଇ ସେମାନଙ୍କ ସାମ୍ନା କରିଛି । ଏବେ ଭାରତ ସହ ଲଢେଇ କରିବା ପାଇଁ ଶତ୍ରୁ ଦେଶକୁ ଅନେକ ଥର ଭାବିବା ପାଇଁ ପଡୁଛି ବୋଲି ବକ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଆହୁରି ମଧ୍ୟ କହିଛନ୍ତି, କରୋନା ସହିତ ଅନେକ ପ୍ରାକୃତିକ ବିପର୍ଯ୍ୟୟ ସହ ଭାରତ ଲଢୁଥିବା ବେଳେ ସୀମାରେ ଦେଶର ଶକ୍ତିକୁ ଚ୍ୟାଲେଞ୍ଜ କରିବାକୁ ଶତ୍ରୁମାନେ ଉଦ୍ୟମ ଚଳାଇଛନ୍ତି । କିନ୍ତୁ ଏଲଓସିରୁ ଏଲଏସି ପର୍ଯ୍ୟନ୍ତ ଦେଶର ସେନା ଶତ୍ରୁତୁ ଉଚିତ୍ ଜବାବ ଦେଇଛନ୍ତି । ଆମ ସେନା କ’ଣ କରିପାରିବେ ଏବଂ ଆମ ଦେଶ କ’ଣ କରିପାରିବ, ତାହାର ପ୍ରମାଣ ଲଦାଖରେ ଘଟିଥିବା ଘଟଣାରୁ ସ୍ପଷ୍ଟ ହୋଇଛି । ବିଶ୍ୱବାସୀ ଏବେ ଗଲୱାନ ଘାଟିରେ ଘଟିଥିବା ଘôଣା ପରେ ଭାରତୀୟ ସେନାର ଯବାନଙ୍କ ସାହାସ ବିଷୟରେ ଆଲୋଚନା କରୁଛନ୍ତି । ଶାନ୍ତି ଏବଂ ସୌହାଦ୍ର୍ଧ୍ୟ ପାଇଁ ଭାରତ ଯେତିକି ଉଦ୍ୟମ କରୁଛି, ଦେଶର ସୁରକ୍ଷା ଏବଂ ,ସେନାକୁ ମଜବୁତ କରିବା ପାଇଁ ମଧ୍ୟ ସମାନ ଉଦ୍ୟମ କରୁଛି । ସେ କହିଛନ୍ତି ଯେ, ପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭରଶୀଳତା ପାଇଁ ଭାରତ ବର୍ତ୍ତମାନ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଦେଶର ସୁରକ୍ଷା କ୍ଷେତ୍ରରେ ଆମର ସୀମା ଏବଂ ଉପକୂଳ ଭିତ୍ତିଭୂମି ମଧ୍ୟ ଏକ ପ୍ରମୁଖ ଭୂମିକା ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular