ନୂଆଦିଲ୍ଲୀ: ଭାରତର ଆଇଟିବିପି ର ଯବାନମାନେ ଲଦାଖର ୧୪,୦୦୦ ଫୁଟ ଉପରେ ସ୍ୱାଧୀନତା ଦିବସ ପାଳନ କରିଛନ୍ତି । ୧୪,୦୦୦ ଫୁଟ ଉପରେ ଥିବା ପାଙ୍ଗଙ୍ଗ ସୋ ହ୍ରଦ କୂଳରେ ସ୍ୱାଧୀନତା ଦିବସ ଅବସରରେ ଆଇଟିବିପି ଯବାନଙ୍କ ଦ୍ୱାରା ଜାତୀୟ ପତକା ଉତ୍ତୋଳନ କରାଯାଇଛି । ପତାକା ଉତ୍ତୋଳନ ସହ ଆଇଟିବିପି ଯବାନମାନେ ଗାଇଥିବା ଲୋକପ୍ରିୟ ଦେଶପ୍ରେମ ଗୀତର ଏକ ମାସଅପ୍ କୁ ରିଲିଜ କରାଯାଇଛି । ଗତ ତିନି ମାସ ହେଲାଣି ଲଦାଖରେ ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଥିଲା । ତେବେ ଚୀନ ସହ ଲଢିଥିବା ଯବାନଙ୍କୁ ଗ୍ୟାଲେଣ୍ଟ୍ରି ପଦକ ଦେବା ପାଇଁ ଆଇଟିବିପି ୨୧ ଯବାନଙ୍କ ନାମ ସୁପାରିଶ କରିଥିବା ଜଣାପଡିଛି । ତେବେ ଆଜି ସାରା ଦେଶବାସୀ ଭିନ୍ନ ଉପାୟରେ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଘରେ ସାମାଜିକ ଦୂରତା ଅବଲମ୍ବନ କରି ଲୋକେ ସ୍ୱାଧୀନତା ଦିବସ ପାଳନ କରିଛନ୍ତି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0