spot_img

ବଜ୍ରାଘାତରେ ଚାଲିଗଲା ଜୀବନ

ସୁବର୍ଣ୍ଣପୁର: ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ବର୍ଷା ଲାଗି ରହିଛି । ବର୍ଷା ସାଙ୍ଗକୁୁ ବିଭିନ୍ନ ସ୍ଥାନରେ ବଜ୍ରପାତ ମଧ୍ୟ ହେଉଛି ।ଏହି ବଜ୍ରପାତରେ ଜଣେ ଯୁବକଙ୍କ ଜୀବନ ଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଧୁଲଧୁଲା ଗାଁରେ । ମୃତ ଯୁବକ ଜଣଙ୍କ ହେଲେ ଅଜିତ ମହାକୁଡ । ସେ ତାଙ୍କ ବିଲକୁ ଚାଷ କାମ ପାଇଁ ଯାଇଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା । ବଜ୍ରାପାତ ଫଳରେ ଅଜିତ ସେଠାରେ ଅଚେତ ହୋଇପଡିଥିଲେ । ପରିବାର ଲୋକେ ଅଜିତଙ୍କୁ ଗୁରୁତର ଅବସ୍ଥାରେ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular