ଭୁବନେଶ୍ୱର: କୋଭିଡ କଟକଣା ମଧ୍ୟରେ ରାଜ୍ୟ ସରକାର ଜୀବନକୁ ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି। ଜୀବନକୁ ଗୁରୁତ୍ୱ ଦେଇ କରୋନା ଭାଇରସ୍ର ମୁକାବିଲା କରାଯାଉଛି। ଏମ୍ଏସ୍ଏମ୍ଇ ରାଜ୍ୟ ମନ୍ତ୍ରୀ ଦିବ୍ୟଶଂକର ମିଶ୍ର ଏହି ସୂଚନା ଦେଇଛନ୍ତି। କାରଣ ଜୀବିକା ପାଇଁ ଏମ୍ଏସ୍ଏମଇ ସେକ୍ଟର ଏବଂ ଶିଳ୍ପ ହେଉଛି ଗୁରୁତ୍ୱପୂର୍ଣ୍ଣ। ତେଣୁ ଏମ୍ଏସ୍ଏମ୍ଇ ସେକ୍ଟରକୁ ଆହୁରି ଶକ୍ତିଶାଳୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏମ୍ଏସ୍ଏମ୍ଇ ମାଧ୍ୟମରେ ଗ୍ରାମାଂଚଳର ଅର୍ଥନୀତିକୁ ଅଧିକ ତ୍ୱରାନ୍ଵିତ କରାଯିବାକୁ ପ୍ରସ୍ତୁତି ଚାଲିଛି। ମନରେଗା ଓ କୃଷିକ୍ଷେତ୍ର ଭଳି ପରଂପରାଗତ ବୃତ୍ତିକୁ ପ୍ରୋତ୍ସାହନ ଦିଆଯିବ।
ଏମ୍ଏମସ୍ଏମ୍ଇ ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି, ହାଇସ୍କିଲ ଥିବା ପ୍ରବାସୀମାନେ ଫେରିଯାଉଛନ୍ତି। ଯେଉଁମାନେ ଏଠାରେ ରହିବେ ସେମାନଙ୍କର ନିଯୁକ୍ତି ପାଇଁ ଆମେ ପ୍ରୟାସ କରୁଛୁ।



Visitors Today : 2
Total Visitors : 130556
Total Views : 9892109
Visitors Online Now : 0