ଭୁବନେଶ୍ୱର: ଦେଶରେ କରେନା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ବୈଷୟିକ ଶିକ୍ଷାନୁଷ୍ଠାନରେ ଶିକ୍ଷାବର୍ଷ ଆରମ୍ଭ ନେଇ ପୁଣିଥରେ ଗାଇଡଲାଇନ୍ ଜାରି କରିଛି ଅଲ ଇଣ୍ଡିଆ କାଉନସିଲ ଫର ଟେକ୍ନିକାଲ ଏଜୁକେସନ । ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ଲାଗି ପୂର୍ବରୁ ମେ ୧୫ ସମୟ ସୀମା ଥିବା ବେଳେ ଏବେ ତାହାକୁ ସେପ୍ଟେମ୍ବର ୧୫ଯାଏ ଘୁଞ୍ଚାଇ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଅକ୍ଟୋବର ୨୦ ସୁଦ୍ଧା ସରିବ । ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ନଭେମ୍ବର ପହିଲା ସୁଦ୍ଧା ଶେଷ ହେବ । ଖାଲି ରହିଥିବା ସିଟ୍ରେ ନାମଲେଖା ନଭେମ୍ବର ୧୫ ସୁଦ୍ଦା ଶେଷ କରିବାକୁ କୁହାଯାଇଛି । ପିଜିଡିଏମ/ପିଜିସିଏମ ପାଠ୍ୟକ୍ରମ ବ୍ୟତୀତ ବୈଷୟିକ ଶିକ୍ଷା ଗ୍ରହଣ କରୁଥିବା ଅନ୍ୟ ଛାତ୍ରଛାତ୍ରୀଙ୍କ କ୍ଲାସ ସେପ୍ଟେମ୍ବର ୧ରୁ ଆରମ୍ଭ ହେବ । ନୂତନ ଭାବେ ନାମ ଲେଖାଯାଇଥିବା ଛାତ୍ରଛାତ୍ରୀଙ୍କ କ୍ଲାସ ସେପ୍ଟେମ୍ବର ୧ରୁ ଆରମ୍ଭ ହେବ । ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଓ ଲାଟେରାଲ ଏଣ୍ଟ୍ରିରୁ ଦ୍ୱିତୀୟ ବର୍ଷ ଉନ୍ନତି ହୋଇଥିବା ପିଲାଙ୍କ ପାଠପଢା ନଭେମ୍ବର ୧ରୁ ଆରମ୍ଭ କରାଯିବ । କୋଭିଡ-୧୯ ଗାଇଡଲାଇନକୁ ପାଳନ କରି ଅନଳାଇନ୍, ଅଫଲାଇନ କିମ୍ବା ଉଭୟ ବ୍ୟବସ୍ଥାରେ ଛାତ୍ରଛାତୀଙ୍କ ପାଠପଢା ହୋଇପାରିବ । ଛାତ୍ରଛାତ୍ରୀଙ୍କ ଇଣ୍ଡକସନ କ୍ଲାସ ୩ ସପ୍ତାହ ବଦଳରେ ଗୋଟିଏ ସପ୍ତାହ କରିବାକୁ ପରାମର୍ଶ ଦିଆଯାଇଛି । ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଗାଇଡଲାଇନ ଆଧାରରେ ଶିକ୍ଷାବର୍ଷ ବଦଳି ପାରିବ । ଏନେଇ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ସହ ଗାଇଡଲାଇନ ଜାରି ହେବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0