ନୂଆଦିଲ୍ଲୀ: ଦେଶରେ ଝିଅମାନଙ୍କ ବିବାହ ବୟସ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର । ଏହି ପ୍ରସଙ୍ଗରେ ଅଧିକ ଅନୁଧ୍ୟାନ ଓ ବିଚାରବିମର୍ଶ କରିବା ପାଇଁ ଏକ କମିଟି ଗଠନ କରାଯାଇଛି । ସମାଜସେବୀ ଜୟା ଜେଟଲୀଙ୍କ ନେତୃତ୍ୱରେ ଏହି କମିଟି କାମ କରିବ । କମ୍ ବୟସରେ ମହିଳାମାନେ ମା’ ହେବା ଏବଂ ସେମାନଙ୍କ ଅପପୁଷ୍ଟି ସମସ୍ୟା ଏଡାଇବା ପାଇଁ ସରକାର ଏପରି ପଦକ୍ଷେପ ଗ୍ରହଣ କରିବାକୁ ଯାଉଥିବା ଅନୁମାନ କରାଯାଉଛି । ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ ଏନେଇ ଘୋଷଣା କରିଥିଲେ । ବିକାଶଶୀଳ ଦେଶରେ ଝିଅମାନଙ୍କ ବିବାହ ବୟସକୁ ବୃଦ୍ଧି କରିବା ଆବଶ୍ୟକ ବୋଲି ସୀତାରମଣ କହିଥିଲେ । ବର୍ତ୍ତମାନ ଆଇନ ଅନୁଯାୟୀ, ଝିଅମାନଙ୍କର ବିବାହ ବୟସ ଭାରତରେ ସର୍ବନିମ୍ନ ୧୮ ବର୍ଷ ରହିଛି । ୧୯୭୮ ମସିହାରେ ଆଇନ ପରିବର୍ତ୍ତନ କରି ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ୧୮ ବର୍ଷ ଧାର୍ଯ୍ୟ କରାଯାଇଥିଲା । ଝିଅମାନେ କମ୍ ବୟସରେ ବିବାହ କରୁଥିବାରୁ ସେମାନଙ୍କର ଶିକ୍ଷା ସୁଯୋଗ ହାତଛଡା ହେଉଛି ବୋଲି କୁହାଯାଇଛି । ୨୦୧୧ ଜନଗଣନା ରେକର୍ଡ ଅନୁସାରେ ଭାରତରେ ୫୬ ପ୍ରତିଶତ ଝିଅ ୧୮ରୁ ୨୧ ବର୍ଷ ଭିତରେ ବିବାହ କରୁଛନ୍ତି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ସରକାର ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0