spot_img

ହୀରାକୁଦରେ ଖୋଲିଲା ଆଉ ୧୫ଟି ଗେଟ୍

ସମ୍ବଲପୁର: ତିନି ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ବନ୍ଧର ୧୦ଟି ଗେଟ୍ ଖୋଲା ଯାଇଛି । ଶନିବାର ୮ଟି ଗେଟ୍ ଖୋଲିଥିବା ବେଳେ ରବିବାର ଆଉ ୨ଟି ଗେଟ୍ ଖୋଲା ଯାଇଛି । ପୂର୍ବରୁ ଖୋଲା ଥିବା ୨ଟିକୁ ମିଶାଇ ମୋଟ ୧୫ଟି ସ୍ଲୁଇସ୍‌ ଗେଟ୍ ଦେଇ ମହାନଦୀକୁ ଜଳ ନିଷ୍କାସିତ ହେଉଛି । ରବିବାର ସଂନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୧୫.୩୫ ଫୁଟ୍ ଥିଲା । ସେହି ସମୟରେ ଜଳଭଣ୍ଡାର ମଧ୍ୟକୁ ହାରାହାରି ୧,୯୯,୮୪୪ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିବା ବେଳେ ବିଭିନ୍ନ ରାସ୍ତା ଦେଇ ସମାନ ପରିମାଣର ଜଳ ନିଷ୍କାସିତ ହେଉଥିଲା । ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୩୯.୪୯ ମିଲିମିଟର ତଳମୁଣ୍ଡରେ ୭୨.୫୩ ମିଲିମିଟର ବର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular