କଟକ: କଟକ କମିଶନରେଟ ପୋଲିସର ଜଣେ ଏସଆଇ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ମଧୁପାଟଣା ଥାନର ଜଣେ ମହିଳା ଏସଆଇଙ୍କ ସମେତ ୨ଜଣ ପଜିଟିଭ ଥିବା ଜଣାପଡ଼ିଛି । ଏହାସହ କଟକରେ ମୋଟ ୩୫ ପୋଲିସ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇସାରିଲେ ।ତେବେ ଏସଆଇ ଜଣଙ୍କ କାହା ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି ତାହା ଜଣାପଡ଼ିନାହିଁ ।ଖବରଜଣା ପଡ଼ିବାପରେ ଥାନାକୁ ବିଶୋଧନ କରାଯିବା ସହିତ ଉକ୍ତ ଅଧିକାରୀଙ୍କ ସଂସ୍ପର୍ଶରେ ଆସିଥିବା କିଛି କର୍ମଚାରୀଙ୍କ କରୋନା ପରୀକ୍ଷା କରାଯିବାକୁ ନିଷ୍ପତି ହୋଇଛି।
ସେପଟେ ଲାଲ୍ବାଗ ଥାନା ପୋଲିସ ଦ୍ବାରା ଗିରଫ ହୋଇଥିବା ଜଣେ ଅଭିଯୁକ୍ତ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି । ଏନେଇ ଥାନାରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଅଭିଯୁକ୍ତକୁ ଧରିଥିବା କର୍ମଚାରୀ ଓ ଅଧିକାରୀଙ୍କୁ ଆଇସୋଲେସନ୍ରେ ରଖାଯାଇଛି । ଖୁବଶୀଘ୍ର ସେମାନଙ୍କର ସ୍ୱାବ୍ ପରୀକ୍ଷା ହେବ । ତେବେ ଖବର ମିଳିବା ପରେ ଥାନାର ପ୍ରାୟ ୬ ଜଣ କର୍ମଚାରୀଙ୍କୁ ଆଇସୋଲେସନ୍ରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଦୁଇ ଦିନ ମଧ୍ୟରେ ସେହି ପୋଲିସ କର୍ମଚାରୀଙ୍କର ସ୍ୱାବ୍ ନମୁନା ପରୀକ୍ଷା କରାଯିବ । ଥାନାକୁ ବିଶୋଧନ ମଧ୍ୟ କରାଯାଇଛି ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0