spot_img

ମାଲକାନଗିରିରେ ଲଗାଣ ବର୍ଷା, ୫ଦିନ ହେବ ଯୋଗାଯୋଗ ବିଛନ୍ନ

ମାଲକାନଗିରି: ଲଗାଣ ବର୍ଷାରେ ବେହାଲ ହେଲା ମାଲକାନଗିରି । ୫ଦିନ ହେବ ଲଗାଣ ବର୍ଷା ଯୋଗୁ ୩୨୬ ନମ୍ବର ଜାତୀୟ ରାଜପଥର କାଙ୍କରକୋଣ୍ଡା ପୋଲ ଉପରେ ୮ରୁ ୧୦ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି । ତେଣୁ କାଲିମେଳା ଓ ମୋଟୁକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଏଥିସହ ବନ୍ୟାଶ୍ରମ ପୋଲରେ ବି ବନ୍ୟାପାଣି ପ୍ରବାହିତ ହେଉଥିବାରୁ କାଲିମେଳା ପଡିଆ ମଧ୍ୟରେ ଯୋଗାଯୋଗ ବିଛନ୍ନ ହୋଇଛି । ବର୍ଷା ଯୋଗୁ ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ରହିଛି । ଫଳରେ ଫସଲ ସବୁ ନଷ୍ଟ ହେବାକୁ ଲାଗିଲାଣି । ଲଗାଣ ବର୍ଷା ପାଇଁ ମାଲକାନଗିରି ସୀମା ମୋଟୁର ମୁଗି ପଏଣ୍ଟ ବୁଡି ଯାଇଛି । ମାଟିଘର ସବୁ ଭାଙ୍ଗିଯାଇଥିବାରୁ ମୋଟୁରରେ ରହୁଥିବା ତଳିଆ ଅଞ୍ଚଳର ଲୋକଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଜିଲ୍ଲାର ପ୍ରାୟ ୩୪ଟି ଗାଁ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular