spot_img

ସଂସଦ ଭବନ ସଂଲଗ୍ନ କୋଠାରେ ନିଆଁ….

ନୂଆଦିଲ୍ଲୀ: ସଂସଦ ଭବନ ସଂଲଗ୍ନ କୋଠାର ୬ ମହଲାରେ ନିଆଁ ଲାଗିଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୫ଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ନିଆଁ କେମିତି ଲାଗିଲା ସେ ନେଇ କୌଣସି ସୂଚନା ମିଳିପାରିନାହିଁ । ତେବେ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା ନେଇ ସନେ୍ଦହ କରାଯାଉଛି । ଘଟଣାର କ୍ଷୟକ୍ଷତି ତଥା ମୃତାହତ ଘଟଣା ମଧ୍ୟ ସାମ୍ନାକୁ ଆସିପାରି ନାହିଁ ।

ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ନେଇ ବିଧିବଦ୍ଧ ତାରିଖ ଏ ପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । ସରକାର କୋଭିଡ-୧୯ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରିବା ସହ ପ୍ରଥମ ଥର ପାଇଁ ଲୋକସଭା ଓ ରାଜ୍ୟସଭାର ଉଭୟ ଭବନ ଏବଂ ଗ୍ୟାଲେରି ବ୍ୟବହାର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଅଗଷ୍ଟ ଶେଷ ସପ୍ତାହ କିମ୍ବା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ମୌସୁମୀ ଅଧିବେଶନ ଆରମ୍ଭ ହେବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular