spot_img

ବରିଷ୍ଠ କୃଷି ଅଧିିକାରୀ ପ୍ରଦୀପ ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର

ଭୁବନେଶ୍ୱର: ପୁଣି ଜଣେ ବରିଷ୍ଠ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତା ମୂଳକ ଅବସର ଦେଇଛନ୍ତି । ସେ ହେଉଛନ୍ତି କୋରାପୁଟ  ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ ମହାନ୍ତି ।

ଜୁଲାଇ ୨ ତାରିଖରେ ସେ ଭୁବନେଶ୍ୱର ଆସୁଥିସବା ବେଳେ ପ୍ରଦୀପ୍ତଙ୍କ ଗାଡ଼ିରୁ ଭିଜିଲାନ୍ସ ଅଧିକାରୀମାନେ ୧୧ଲକ୍ଷ ଟଙ୍କା ଜବତ କରିଥିଲେ । ଜବତ ଟଙ୍କାର ହିସାବ ଦେଇପାରି ନଥିଲେ ପ୍ରଦୀପ । ତାପରେ ତାଙ୍କୁ ଗିରଫ କରଥିଲା ଭିଜଲାନ୍ସ ।ଏଥି ସହ ତାଙ୍କୁ ଚାକିରିର ନିଲମ୍ବନ କରିଥିଲେ ସରକାର । ତାଙ୍କ ଘରେ ଚଢ଼ାଉ କରାଯାଇ ୩.୫ କୋଟି ଟଙ୍କାର ସଂପତ୍ତି ମଧ୍ୟ ଠାବ କରାଯାଇଥିଲା । ଏହାପରେ ଆଜି ପ୍ରଦୀପଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular