ଆସନ୍ତା ୧୯ ତାରିଖରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି । ଏହାର ପ୍ରଭାବରେ କେନ୍ଦ୍ରୀୟ ଓ ଦକ୍ଷିଣ ଓଡିଶାରେ ବର୍ଷା ପ୍ରବଳ ହେବ । ଏହା ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଉଥିବାରୁ ୧୮ ଓ ୧୯ ଦୁଇ ଦିନ ବର୍ଷାର ପରିମାଣ ବଢିବ ବୋଲି ଅନୁମାନ କରାଯାଇଛି । ତଳିଆ ଅଞ୍ଚଳରେ ଅଧିକ ବର୍ଷା ହେଲେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । ତେବେ ଓଡିଶାରେ ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବା କାରଣରୁ ରାଜ୍ୟରେ ବର୍ଷାର ପରିମାଣ ବଢୁଛି । ଆସନ୍ତା ୧୮ ତାରିଖରେ ବରଗଡ, ସୁନ୍ଦରଗଡ, କେନ୍ଦୁଝର, ରାୟଗଡାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ସତର୍କ ସୂଚନା ଜାରି କରାଯାଇଛି । ସେହିପରି ୧୯ ତାରିଖରେ ହେବାକୁ ଥିବା ଲଘୁଚାପ ପ୍ରଭାବରେ ସୁନ୍ଦରଗଡ, ମୟୁରଭଞ୍ଜ, ଦେବଗଡ, ଅନୁଗୁଳ, କେନ୍ଦୁଝର, ଓ ବାଲେଶ୍ୱରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0