ଭୁବନେଶ୍ୱର : ଏବେ ଭଲ ଖେଳ ପ୍ରଦର୍ଶନ କଲେ ମିଳିବ ହଷ୍ଟେଲରେ ରହିବାର ସୁଯୋଗ । ରାଜ୍ୟ କ୍ରୀଡା ଛାତ୍ରାବାସ ପୁର୍ନଗଠନ ପାଇଁ ସରକାର ଯୋଜନା କରୁଛନ୍ତି । ଏହାରି ଭିତରେ ଏଥିରେ କିଛି ସଂଶୋଧନ ପାଇଁ ରାଜ୍ୟର ୧୬ କ୍ରୀଡା ସଂଘ, ବରିଷ୍ଠ କ୍ରୀଡାବିତ୍ ଓ ଅନ୍ତର୍ଜାତୀୟ ହକି ଖେଳାଳି ଦାବି କରିଆସୁଛନ୍ତି । ତେବେ ଏହା ଉପରେ ବିଚାର କରିବାକୁ ଆଜି କ୍ରୀଡା ମନ୍ତ୍ରୀ ଓ କ୍ରୀଡା ସଚିବଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ସଂଘ ଗୁଡ଼ିକର ଏକ ବୈଠକ ଅନୁଷ୍ଠିତ ହୋଇଛି ।
ଏଥିରେ ୧୬ କ୍ରୀଡା ସଂଘର କର୍ମକର୍ତ୍ତା ଯୋଗ ଦେଇଥିଲେ । ତେବେ କ୍ରୀଡା ସଂଘର ୧୮ ବର୍ଷରୁ ଅଧିକ ବୟସର ଖେଳାଳିଙ୍କୁ ହଷ୍ଟେଲରେ ରଖାଯିବା ପ୍ରସ୍ତାବକୁ ସରକାର ଗ୍ରହଣ କରିଛନ୍ତି । ଯେଉଁ ଖେଳାଳି ଭଲ ପ୍ରଦର୍ଶନ କରିବେ ସେମାନଙ୍କୁ ହଷ୍ଟେଲରେ ରଖାଯିବ ବୋଲି କ୍ରୀଡା ମନ୍ତ୍ରୀ ବୈଠକରେ ସମ୍ମତି ପ୍ରଦାନ କରିଛନ୍ତି । ଏହାସହ କୌଣସି ହଷ୍ଟେଲ ବନ୍ଦ ନକରିବାକୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0