ଖୋର୍ଦ୍ଧା: କୋଭିଡ଼ ୧୯ର ସଂକ୍ରମଣକୁ ଆଖି ଆଗରେ ରଖି ଚଳିତ ବର୍ଷ ଗଣେଶ ପୂଜା ବନ୍ଦ ରହିବ । ସର୍ବସାଧାରଣ ସ୍ଥାନ ଓ ଅନୁଷ୍ଠାନମାନଙ୍କରେ ଗଣେଶ ପୂଜା ଲାଗି ଅନୁମତି ଦିଆଯିବ ନାହିଁ । ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସହରାଞ୍ଚଳରେ ସରପ୍ରାଇଜ ଯାଞ୍ଚ କରାଯିବ । ଦରକାର ପଡ଼ିଲେ ସଟଡ଼ାଉନ ପରି କଠୋର ନିଷ୍ପିତ୍ତି ନିଆଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ।
ସୂଚନାଅନୁଯାୟୀ ପର୍ବରୁ କଟକ ଓ ଭୁବନେଶ୍ୱର ବି ଗଣେଶ ପୂଜା ଲାଗି ଅନୁମତି ଦିଆଯିବ ନାହିଁ ବୋଲି କମିଶନରେଟ ପୁଲିସ ପକ୍ଷରୁ କୁହାଯାଉଛି । ଏଣେ ଗଞ୍ଜାମ ଜିଲ୍ଲାରେ ବି କୋଭିଡ଼ର ସ୍ଥିତିକୁ ଦୃଷ୍ଟିରେ ରଖି ଗଣେଶ ପୂଜାକୁ ଅନୁମତି ଦିଆଯିବ ନାହିଁ ବୋଲି ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ,ଚଳିତ ବର୍ଷ ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ଉପରେ କିନ୍ତୁ ରୋକ୍ ଲାଗିଛି । କୋଭିଡ ୧୯ର ଭୟାବହତାକୁ ନଜରରେ ରଖି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ଚଳିତ ବର୍ଷ ପୂଜା ଉପରେ ରୋକ୍ ଲଗାଇଛନ୍ତି ଉପଜିଲ୍ଲାପାଳ । ସରକାରୀ କିଂବା ବେସରକାରୀ ଅନୁଷ୍ଠାନରେ ସାମୁହିକ ପୂଜା କଲେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦେଶନାମା ଜାରି ହୋଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0