spot_img

ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଲୁହା ରଡରେ ପିଟି ହତ୍ୟା

ଜି.ଉଦୟଗିରି : କନ୍ଧମାଳ ଜିଲ୍ଲା ଟିକାବାଲି ଥାନାର କୋଚିଲାଗଡଠାରେ ପୂର୍ବ ଶତ୍ରୁତାକୁ ନେଇ ଜଣେ ଯୁବକଙ୍କୁ ଏକ ଲୁହା ରଡରେ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । କୋଚିଲାଗଡ ଗ୍ରାମ ପାଖରେ ଅଜିତ ବିଶୋୟୀଙ୍କ ସହ ଚିତ ବିଶୋୟୀଙ୍କ ସହ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଅଜିତ ଓ ତାର ସହଯୋଗୀ ବାବୁଲା ବିଶୋୟୀ ମିଶି ଏକ ଲୁହା ରଡରେ ମୁଣ୍ଡକୁ ପିଟି ପିଟି ମାରିଦେଇଥିବାର ଜଣାପଡିଛି ।
ଏନେଇ ମୃତ ଅଜିତର ଦାଦା ବସନ୍ତ ବିଶୋୟୀ ଟିକାବାଲି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଟିକାବାଲି ଥାନା ଅଧିକାରୀ ରେବତୀ ଶବର ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଚିତ ଓ ବାବୁଲା ବିଶୋୟୀକୁ ଗିରଫ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular