spot_img

କରୋନା ଯୋଗୁ କମିବ ମୁଣ୍ଡ ପିଛା ଆୟ

କରୋନା କଟକଣା ଯୋଗୁଁ ଓଡ଼ିଶା ୬୮ ହଜାର ୩୦୬ କୋଟି ଟଙ୍କାର କ୍ଷତି ସହିବ । ଏଭଳି ଚମକାଇ ଦେବା ଭଳି ରିପୋର୍ଟ ଦେଇଛି ଏସବିଆଇ । ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୨୦-୨୧ ବର୍ଷରେ ରାଜ୍ୟର ମୋଟ ଘରୋଇ ଉତ୍ପାଦ ବା ଜିଏସଡ଼ିପି ୧୧.୯ ପ୍ରତିଶତ ହ୍ରାସ ପାଇବ । ସେହିପରି ରାଜ୍ୟର ମୁଣ୍ଡପିଛା ଆୟ ୧୪ ହଜାର ୭୪୫ ଟଙ୍କାକୁ ଖସି ଆସିବ ।

ସର୍ବଭାରତୀୟ ସ୍ତରରେ ମୁଣ୍ଡପିଛା ଆୟରେ ୨୭ ହଜାର ଟଙ୍କା ହ୍ରାସ ହେବ । ସବୁ ରାଜ୍ୟଗୁଡ଼ିକ ସାମଗ୍ରିକ ଭାବେ ୩୮ ଲକ୍ଷ ଟଙ୍କାର କ୍ଷତି ସହିବେ । କେବଳ ମହାରାଷ୍ଟ ସବୁଠୁ ଅଧିକ ୫.୩ଲକ୍ଷ କୋଟି କ୍ଷତି ସହିବ ବୋଲି ଏହି ରିପୋର୍ଟରେ କୁହାଯାଇଛି ।
କୌଣସି ନିର୍ଦ୍ଧିଷ୍ଟ ଯୋଜନା ବିନା ଲକଡାଉନ ଓ ସଟଡାଉନ ଲାଗୁ କରିବା ଓ ହଟାଯିବା ଯୋଗୁଁ ଲୋକଙ୍କ ଜୀବନ ଜୀବିକା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏହାର ପ୍ରଭାବ ଯୋଗୁଁ ଦେଶର ଅର୍ଥନୀତି ପ୍ରଭାବିତ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଅର୍ଥନୀତି ବିଶେଷଜ୍ଞଙ୍କ ମତ ଏହାର ମୁକାବିଲା ପାଇଁ ସରକାର ଯୋଜନା କରିବାର ଆବଶ୍ୟକତା ରହିଛି ବୋଲି ଅର୍ଥନୀତି ବିଶେଷଜ୍ଞଙ୍କ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular