ସୁପ୍ରିମକୋର୍ଟରେ ଆସିଲା ନୂତନ ନିଯୁକ୍ତି ସୁଯୋଗ । ଉଚ୍ଚତମ ନ୍ୟାୟାଳୟରେ ବିଲ୍ଡିଂ ସୁପରଭାଇଜର ପଦ ପାଇଁ ନିଯୁକ୍ତି ବାହାରିଛି । ଏହି ପଦ ପାଇଁ ଇଛୁକ ପ୍ରାର୍ଥୀ ଅଗଷ୍ଟ ୨୮ ପୂର୍ବରୁ ଅଫଲାଇନରେ ଆବେଦନ କରିପାରିବେ । ସୁପ୍ରିମକୋର୍ଟରେ ବିଲ୍ଡିଂ ସୁପରଭାଇଜର ପଦ ପାଇଁ ୮ଟି ନିଯୁକ୍ତି ବାହାରିଛି । ଏହି ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଓ ଅଫିସ ବିଲ୍ଡିଂକୁ ରକ୍ଷଣାବେକ୍ଷଣରେ ୩ ବର୍ଷ ଅଭିଜ୍ଞତା ଥିବା ଆବଶ୍ୟକ । ଏଥି ସହ ସାନିଟାଇଜେସନ ଡିପ୍ଲୋମା ଥିବା ମଧ୍ୟ ଆବଶ୍ୟକ । ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ୩୦ ବର୍ଷ ହୋଇଥିବା ଆବଶ୍ୟକ । ଏସସି , ଏସଟି ବର୍ଗ ପାଇଁ ସର୍ବାଧିକ ବୟସ ୫ବର୍ଷ ଛାଡ କରାଯାଇଛି । ସେହିପରି ଓବିସି ବର୍ଗ ପାଇଁ ୩ ବର୍ଷ ଛାଡ କରାଯାଇଛି । ଏହି ନିଯୁକ୍ତି ପାଇଁ ଦରମା ୭୨, ୫୭୮ ଟଙ୍କା ରହିଛି । ପ୍ରାର୍ଥୀଙ୍କୁ ଉଭୟ ଲିଖିତ ଓ ସାକ୍ଷାତକାର ଭିତ୍ତିରେ ପରୀକ୍ଷା ଦେବାକୁ ପଡିବ । ଚୟନ କରାଯାଇଥିବା ପ୍ରାର୍ଥୀଙ୍କୁ ସେମାନଙ୍କୁ ୨ବର୍ଷ ଯାଏଁ ପ୍ରୋବେସନରେ ରଖାଯିବ ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0