spot_img

ବନ୍ୟାରେ ପ୍ରଭାବିତ ମାଲକାନଗିରିର ୯୩୩ ଗାଁ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବର୍ଷା କମିବା ପରେ ସ୍ଥତି ଧୀରେ ଧୀରେ ସୁଧୁରୁଛି । ତଥାପି ଅଧିକାଂଶ ଅଞ୍ଚଳରେ ଏବେ ବି ପାଣି ଘେରରେ ରହିଛି । ଆଜି ଆକାଶ ମାର୍ଗରୁ ଏରଏଲ ସର୍ଭେ କରିଛନ୍ତି ରାଜସ୍ୱ ମନ୍ତ୍ରୀ ଓ ଏସଆରସ । ସର୍ଭେ ପରେ ମନ୍ତ୍ରୀ କହିଛନ୍ତି, ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାର ୯୩୩ ଗାଁ ପ୍ରଭାବିତ ହୋଇଛି । ୧୯୭୧ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ୩୨୧ଟି ଘର ଭାଙ୍ଗିଯାଇଛି । ୭ ଦିନ ଭିତରେ ସଂପୂଣ୍ଣ ସର୍ଭେ କରି କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ରିପୋର୍ଟ ପାଇବାର ୪୮ ଘଣ୍ଟା ମଧ୍ୟରେ କ୍ଷତିପୂରଣ ରାଶି ପ୍ରଦାନ ବ୍ୟବସ୍ଥା କରାଯିବ ।

୫ଦିନ ଧରି ଜିଲ୍ଲାରେ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗୋଦାବରୀ ନଦୀ ଫୁଲୁଥିବାରୁ ମୋଟୁ ଅଚଂଳ ପାଣି ଘେରରେ ରହିଛି । ଗୋଦାବରୀ ନଦୀରୁ ଜଳ ନିଷ୍କାସନ ହୋଇ ପାରି ନଥିବାରୁ ମାଲକାନାଗିରିରୁ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ସହ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ଅନ୍ୟପକ୍ଷରେ ପାଣି କମିବା ପରେ କାଙ୍କରକୋଣ୍ଡା ପୋଲ ଉପରେ ୩୨୬ ନମ୍ବର ଜାତୀୟ ରାଜପଥରେ ଯାତୟତ ସ୍ୱଭାବିକ ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular