spot_img

କ୍ରିକେଟରେ ୧୨ବର୍ଷ ପୂର୍ତ୍ତି କଲେ ବିରାଟ କୋହଲି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ କୋହଲି ମଙ୍ଗଳବାର ଦିନ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୧୨ ବର୍ଷ ପୁରା କରିଛନ୍ତି । କୋହଲି ଅଗଷ୍ଟ ୧୮, ୨୦୦୮ ମସିହାରେ ଶ୍ରୀଲଙ୍କା ବିପକ୍ଷ ଏକଦିବସୀୟ କ୍ରିକେଟ ଖେଳି ପଦାର୍ପଣ କରିଥିଲେ । ଏହି ପଦାର୍ପଣ ମ୍ୟାଚରେ ସେ ମାତ୍ର ୧୨ ରନ୍ କରିପାରିଥିଲେ । କିନ୍ତୁ ସମୟ ସହ ତାଳ ଦେଇ ସେ ନିଜକୁ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ପ୍ରମାଣିତ କରିପାରିଥିଲେ । ମହେନ୍ଦ୍ର ସିଂହ ଧୋନୀଙ୍କ ସମୟରେ ସେ ନିଜର ଡେବ୍ୟୁ ମ୍ୟାଚ୍ ଖେଳିଥିଲେ । ପଦାର୍ପଣ ମ୍ୟାଚ୍ ରେ ସେ ବୀରେନ୍ଦ୍ର ସେହୱାଗ୍‌ଙ୍କ ସ୍ଥାନରେ ଗୌତମ ଗମ୍ଭୀରଙ୍କ ସହ ପାଳି ଆରମ୍ଭ କରିଥିଲେ । ସେହି ମ୍ୟାଚ୍‌ରେ ଭାରତ ମାତ୍ର ୧୪୬ ରନ୍ କରିପାରିଥିଲା । କୋହଲି ନିଜର ଡେବ୍ୟୁ ମ୍ୟାଚରେ ପ୍ରଥମ ଚୌକା ଲଗାଇଥିଲେ । କୋହଲିଙ୍କୁ ସେହି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ ପରେ ପୁରା ଏକ ବର୍ଷ ଯାଏ ଟିମ୍‌ରେ ସ୍ଥାନ ମିଳିନଥିଲା । ସେପ୍ଟେମ୍ବର ୨୦୦୯ରେ ସେ ଶ୍ରୀଲଙ୍କା ବିପକ୍ଷରେ ଶତକୀୟ ପାଳି ଖେଳିଥିଲେ । ଟିମ୍‌କୁ ଫେରିବା ପରେ ସେ ପାଳି ଆରମ୍ଭ କରିନଥିଲେ । ଇଡେନ୍ ଗାର୍ଡେନରେ ୪ ନମ୍ବରରେ ଖେଳି ସେ ନିଜର ପ୍ରଥମ ଶତକ ହାସଲ କରିଥିଲେ । ଭାରତ ସେହି ମ୍ୟାଚ୍ ଜିତିଥିଲା । ୨୦୧୧-୨୦୧୨ ମସିହାରେ ଅଷ୍ଟ୍ରେଲିଆ ଗସ୍ତ ସମୟରେ ତାଙ୍କ କ୍ୟାରିୟରର ଟଣ୍ଣିଂ ପଏଣ୍ଟ ଆସିଥିଲା । ଏହି ଚାରି ମ୍ୟାଚ୍ ବିଶିଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଭାରତକୁ କ୍ଲିନ୍ ସ୍ୱିପ୍ ଦେଇଥିଲା । କିନ୍ତୁ ଆଡିଲେଡ୍‌ରେ ଖେଳାଯାଇଥିବା ଶେଷ ଟେଷ୍ଟ୍ ମ୍ୟାଚ୍‌ରେ କୋହଲି ଶତକ କରିଥିଲେ । ପର୍ଥରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ସେ ୪୪ ଓ ୭୫ ରନ୍ କରିଥିଲେ । ଏହି ସମୟରେ ସେ ଅଷ୍ଟ୍ରେଲୀୟ ଖେଳାଳୀଙ୍କ ନଜରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଥିଲେ ।

virat kohli 2

ଫେବ୍ରୁଆରି ୨୮, ୨୦୧୨ ମସିହାରେ କୋହଲି ନିଜର ଐତିହାସିକ ପାଳି ଖେଳିଥିଲେ । ସେହି ମ୍ୟାଚ୍‌ରେ ଶ୍ରୀଲଙ୍କା ପ୍ରଥମେ ପାଳି ଆରମ୍ଭ କରି ୫୦ ଓଭରରେ ୪ ୱିକେଟ ହରାଇ ୩୨୦ ରନ୍ କରିଥିଲା । ବିରାଟଙ୍କ ୮୬ ବଲରେ ୧୩୩ ରନ୍ ସାହାଯ୍ୟରେ ୪୦ ଓଭରରେ ଭାରତ ୩୨୧ ରନ୍‌ର ଲକ୍ଷ୍ୟ ଜିତି ଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular