ଉମରକୋଟ: ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ମା ଓ ୧୧ ମାସର ଝିଅଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଳା ରାଇଘର ହାଟ ଭାରଣ୍ଡିଠାରେ । ସୂଚନା ମୁତାବକ, ରତନି ଗଣ୍ଡ ନାମକ ଜଣେ ମହିଳା ଓ ତାଙ୍କ ୧୧ ମାସର ଶିଶୁ କନ୍ୟାକୁ ନେଇ ପୋଖରୀରେ ଗାଧୋଇବାକୁ ଯାଇଥିଲେ । କୌଣସି କାରଣ ବଶତଃ ପୋଖରୀରେ ବୁଡି ଯାଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା । ସେତେବେଳେ ତାଙ୍କର ମୃତ୍ୟୁ ହୋଇସାରିଥିଲା ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0