ଭୁବନେଶ୍ୱର:ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼ ଓ ରାୟଗଡ଼ ଚିନ୍ତା ବଢ଼ାଇଲାଣି । ଏସବୁ ଜିଲ୍ଲାରେ ଅଞ୍ଚଳ ଭିତ୍ତିକ ରଣନୀତି ପ୍ରସ୍ତୁତ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସିଧା ସିଧା କହିଛନ୍ତି ଯେ ଏମିତି ପଦକ୍ଷେପ ନିଅ, ଯେମିତି ଆସନ୍ତା ସପ୍ତାହ ମଧ୍ୟରେ ପଜିଟିଭ ହାର ହ୍ରାସ ପାଇବ । ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂ ଯୋଗେ କୋଭିଡ଼ ପରିସ୍ଥିତି ଓ ରଣନୀତିର ସମୀକ୍ଷା କରିବା ଅବସରରେ ସ୍ପଷ୍ଟ କରିଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ। ରାଜ୍ୟରେ କୋଭିଡ୍ ମୃତ୍ୟୁ ହାର କମ୍ ରହିଛି। ଏହାକୁ ଆହୁରି କମ୍ କରିବା ଦିଗରେ ନିରନ୍ତର ଉଦ୍ୟମ ଜାରି ରହିବା ଆବଶ୍ୟକ। ବିଭିନ୍ନ କର୍ପୋରେଟ୍ କ୍ଷେତ୍ର ଓ ଅନ୍ୟାନ୍ୟ ସଂସ୍ଥା ଦ୍ବାରା ସ୍ଥାପନ କରାଯାଉଥିବା କୋଭିଡ୍ କେୟାର ସେଣ୍ଟର ଆହୁରି ଅଧିକ ସଂଖ୍ୟାରେ କରିବା ପାଇଁ ସେ ଅଧିକାରୀମାନଙ୍କୁ କହିଥିଲେ। ଏହି ଅବସରରେ ପ୍ଲାଜମାଦାତା ମାନଙ୍କର ମହାନ କାର୍ୟ୍ୟକୁ ସ୍ବୀକୃତି ଦେଇ ସେମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିବାପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ। ପ୍ଲାଜମା ସଂଗ୍ରହ ଓ ପ୍ରୟୋଗ ପ୍ରଣାଳୀରେ ଆହୁରି ଉନ୍ନତି ଆଣିବା ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ବର୍ତ୍ତମାନ ସୁଦ୍ଧା ୫ଟି ପ୍ଲାଜ୍ମା ଥେରାପି ୟୁନିଟ୍ ସ୍ଥାପିତ ହୋଇଛି। କୋଭିଡ୍ ରୋଗର ଚିକିତ୍ସା କ୍ଷେତ୍ରରେ ପ୍ଲାଜମା ଥେରାପି ଏକ ଉପାଦେୟ ପଦ୍ଧତି ଭାବରେ ପ୍ରମାଣିତ ହୋଇଛି। କୋରାପୁଟ ମେଡିକାଲ କଲେଜରେ ଆଉ ଏକ ପ୍ଲାଜ୍ମା ବ୍ୟାଙ୍କ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ଏହା ଆସନ୍ତା ସପ୍ତାହ ସୁଦ୍ଧା ସ୍ଥାପନ କରାଯିବ।



Visitors Today : 2
Total Visitors : 130556
Total Views : 9892109
Visitors Online Now : 0