ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାରେ ଆସନ୍ତା ନଭେମ୍ବର ମାସରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଡେମୋକ୍ରାଟି ପାର୍ଟି ଜୋ ବାଇଡେନଙ୍କୁ ବିଧିବଦ୍ଧ ଭାବେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରିଛି । ରାଷ୍ଟ୍ରପତି ହେବା ନିମନ୍ତେ ପୂର୍ବରୁ ଦୁଇ ଥର ଉଦ୍ୟମ କରିଥିଲେ ବାଇଡେନ । ରାଷ୍ଟ୍ରପତି ଲାଗି ଡେମୋକ୍ରାଟିକ୍ ପାର୍ଟିର ମନୋନୟନକୁ ଗ୍ରହଣ କରିବା ମୋ ଜୀବନର ସମ୍ମାନ ବୋଲି ଟ୍ୱିଟ କରି କହିଛନ୍ତି ବାଇଡେନ । ‘ଡେମୋକ୍ରାଟିକ୍ ନ୍ୟାସନାଲ କନଭେନସନ୍’ର ଦ୍ୱିତୀୟ ଦିବସରେ ବାଇଡେନକୁ ପ୍ରାର୍ଥୀ ମନୋନୀତ କରାଯାଇଛି । ଏହି ଦଳୀୟ ସମ୍ମିଳନୀରେ ବାଇଡେନଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରୁଥିବା ଅନେକ ବିଗତ ଏବଂ ସାମ୍ପ୍ରତିକ ଡେମୋକ୍ରାଟିକ୍ ନେତା ଓ ବାଚସ୍ପତି ଉପସ୍ଥିତ ଥିଲେ । ଟ୍ରମ୍ପ୍ ଦେଶ ଓ ବିଦେଶରେ ସୃଷ୍ଟି କରିଥିବା ଗୋଳମାଳିଆ ପରିସ୍ଥିତିକୁ ସୁଧାରିବା ନିମନ୍ତେ ବାଇଡେନଙ୍କର ଅନୁଭୂତି ଏବଂ ସାମର୍ଥ୍ୟ ଥିବା କଥା ଡେମୋକ୍ରାଟିକ୍ ନେତାମାନେ କହୁଛନ୍ତି । ନେତୃତ୍ୱ ଉପରେ ହିଁ ସବୁକିଛି ନିର୍ଭରଶୀଳ ବୋଲି ସେମାନେ ମତ ଦେଇଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0