ଭୁବନେଶ୍ୱର: ବାଲୁଗାଁ ଅବସର ପ୍ରାପ୍ତ ରେଞ୍ଜର ଅଭୟ ଜେନାଙ୍କୁ ଗିରଫ କଲା ଭୁବନେଶ୍ୱର ଭିଜିଲାନ୍ସ ବିଭାଗ । ଆୟ ବହିର୍ଭୂତ ସମ୍ପର୍ତ୍ତି ଠୁଳ ମାମଲାରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଅଭୟଙ୍କ ନିକଟରୁ ୪ କୋଟି ୩୭ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ।
ମଙ୍ଗଳବାର ବାଲୁଗାଁ ପୂର୍ବତନ ରେଞ୍ଜର ଅଭୟ ଜେନାଙ୍କ ଘରେ ଭିଜିଲାନ୍ସ ରେଡ଼ କରିଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲୁଗାଁ ସମେତ ମୋଟ୍ ୫ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ । କଟକ, ଭୁବନେଶ୍ବର ଓ କେନ୍ଦ୍ରାପଡାରେ ଚଢାଉ କରାଯାଇଥିଲା । କଟକ ହିନ୍ଦୋଳକୋଟି ଛକ ମହୁମାଛି ଗଳିସ୍ଥିତ ବାସଭବନରେ ମଧ୍ୟ ୫ ଜଣିଆ ଭିଜିଲାନ୍ସ ଟିମ୍ ଚଢାଉ କରିଥିଲେ । ଚଢ଼ାଉ ସମୟରେ କଟକ ସ୍ଥିତ ଘରୁ ଏକ ବନ୍ଧୁକ ମିଳିଥିଲା ।
ପୂର୍ବରୁ ମଧ୍ୟ ୧୯୯୯ ମସିଆରେ ତାଙ୍କ ଘରେ ଭିଜିଲାନ୍ସ ରେଡ଼ ହୋଇଥିଲା । ଏହାପରେ ସମ୍ପତ୍ତି ବଢ଼ିିବାରୁ ପୁଣି ଥରେ ଚଢ଼ାଉ କରାଯାଇଥିବା ଭିଜିଲାନ୍ସ ଏସପି ସୂଚନା ଦେଇଥିଲେ । ସେପଟେ ଜାଣିଶୁଣି ଏପରି ରେଡ଼ କରାଯାଇଥିବା କହିଥିଲେ ଅଭୟ ଜେନା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0