spot_img

ସପ୍ତପୁରୀ ଅମାବାସ୍ୟା

ହିନ୍ଦୁ ପାଞ୍ଜି ଅନୁସାରେ ବର୍ଷକରେ ବାରଟି ଅମାବାସ୍ୟା ପଡିଥାଏ । ଏହା ମଧ୍ୟରେ ସପ୍ତପୁରୀ ଅମାବାସ୍ୟା ଅନ୍ୟତମ । ଏହାକୁ ସପ୍ତପିତୃକା, ସପ୍ତପୁରି ବା ସାତପୁରୀ ଅମାବାସ୍ୟା ବୋଲି କୁହାଯାଏ । ଏହି ଦିନ ଘରେ ସାତଟି ପରସ୍ତରେ ଗୁଡ ଓ ନଡିଆ ପୁର ଦିଆଯାଇ ପିଠା ପ୍ରସ୍ତୁତ କରାଯାଇଥାଏ । ଏହା ବ୍ୟତୀତ ଆଜିର ଦିନରେ ଶ୍ରୀମନ୍ଦିରରେ ସପ୍ତପୁରୀ ପିଠା ପ୍ରସ୍ତୁତ ହୋଇ ଶ୍ରୀଜଗନ୍ନାଥଙ୍କୁ ଭୋଗଲାଗି ହେବାର ପରମ୍ପରା ମଧ୍ୟ ରହିଛି । ଜଗନ୍ନାଥଙ୍କର ଏହି ସ୍ୱତନ୍ତ୍ର ଭୋଗ ଅନୁସାରେ ଏହାକୁ ସପ୍ତପୁରୀ ଅମାବାସ୍ୟା ବୋଲି କୁହାଯାଇଥାଏ ।

ପରମ୍ପରା ଅନୁସାରେ ଚତୁର୍ଦ୍ଦଶୀ ଦିନ ଅଠରନଳାସ୍ଥିତ ମା’ ଆଲାମ ଚଣ୍ଡିଙ୍କ ମନ୍ଦିରରେ ପୂଜାର୍ଚ୍ଚନା ହୋଇ ତାଡ ଆସିଥାଏ । ଏହି ଦିନ ବିଶୋୟୀ ବା କୁମ୍ଭକାରମାନେ ସ୍ୱତନ୍ତ୍ର ଭାବେ ତାଡ ପ୍ରସ୍ତୁତ କରି ଏକ ସ୍ୱତନ୍ତ୍ର ପାତ୍ର ମାଧ୍ୟମରେ ମା’ଙ୍କ ମଧ୍ୟାହ୍ନ ଧୂପ ଓ ମାଜଣା ଲାଗି ପରେ ପଟୁଆରରେ ଶ୍ରୀମନ୍ଦିରକୁ ଆଣିଥାନ୍ତି । ଏହାପରେ ଅମାବାସ୍ୟ ଦିନ ଏହି ତାଡରେ ସପ୍ତପୁରୀ ପିଠା ପ୍ରସ୍ତୁତ ହୋଇଥାଏ ।

ଶ୍ରୀଜଗନ୍ନାଥଙ୍କ ମଙ୍ଗଳ ଆଳତି, ଅବକାଶ ଓ ଅନ୍ୟାନ୍ୟ ଦୈନନ୍ଦିନ ନୀତି ଅନୁଷ୍ଠିତ ହୋଇଥାଏ । ମଧ୍ୟାହ୍ନ ଧୂପ ପରେ ଷୋଢ଼ଷ ଉପଚାରରେ ସପ୍ତପୁରୀ ପିଠା ମଣୋହି ଲାଗି ହୋଇଥାଏ । ଏହିଦିନ ଆଳତି ପରେ ମହାପ୍ରଭୁଙ୍କୂ ତିନି ସେବକ ବନ୍ଦାପନା କରିଥାନ୍ତି । ଏହାପରେ ଆଜ୍ଞାମାଳ ପାଇ ଅମାବାସ୍ୟା ନାରାୟଣ ସମୁଦ୍ର ବିଜେ କରିଥାନ୍ତି ।

ଏହି ଦିନ ମହାପ୍ରଭୁଙ୍କର ଆଉ ଏକ ନୀତି ମଧ୍ୟ ହୋଇଥାଏ । ଏହାକୁ ବସ୍ତ୍ରହରଣ ନୀତି କୁହାଯାଏ । ସେଦିନ ସନ୍ଧାଧୂପ ପରେ ନାଟପା ମନ୍ଦିରକୁ ମହାପ୍ରଭୁ ବିଜେ କରିଥାନ୍ତି । ଏଠାରେ କାଳିକା ଦେବୀ ସାହିର ବାସିନ୍ଦାମାନଙ୍କ ଦ୍ୱାରା ଏହି ନୀତି ସମ୍ପୂର୍ଣ୍ଣ ହୋଇଥାଏ । ଏହାପରେ ଶୀତଳ ଭୋଗ ସାରି ମହାପ୍ରଭୁ ଦକ୍ଷିଣୀ ଘରକୁ ବିଜେ କରିଥାନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular