spot_img

ବଢୁଛି କରୋନା ସଂକ୍ରମଣ, କୋଶଳା ପଞ୍ଚାୟତ ୭୨ ଘଣ୍ଟା ସଟ୍ ଡାଉନ୍

ଅନୁଗୋଳ : ଅନୁଗୋଳ ଜିଲ୍ଲାରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହି ସଂଖ୍ୟା ଆସି ୫୪୮ରେ ପହଁଚିଛି । ଛେଣ୍ଡିପଦା କୋଶଳା ଅଞ୍ଚଳରେ ସଂକ୍ରମଣ ବଢ଼ୁଥିବାରୁ କୋଶଳା ସରପଞ୍ଚ ବିଳାସ ସାହୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ସେହି ଅଞ୍ଚଳକୁ ୭୨ ଘଣ୍ଟା ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଫଳରେ ଦୋକାନ ବଜାର, ସାପ୍ତାହିକ ହାଟ ବନ୍ଦ ରହିଛି । ଲୋକଙ୍କ ଯାତାୟତ ମଧ୍ୟ ରହିଛି । ଅନ୍ୟ ଅଞ୍ଚଳରୁ ଏହି ଅଞ୍ଚଳକୁ କେହି ନ ଆସିବା ପାଇଁ ମଧ୍ୟ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଜଣାଇଛନ୍ତି । ଯେହେତୁ ଏହି ଅଞ୍ଚଳରେ ୧୫ ହଜାର ଲୋକ ବସବାସ କରନ୍ତି ସଂକ୍ରମଣ ବଢିବାର ଆଶଙ୍କା ରଖି ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular