spot_img

ଅର୍ଜୁନ ପୁରସ୍କାର ପାଇଁ ଦୌଡରାଣୀ ଦୂତି ମନୋନୀତ

ଭୁବନେଶ୍ୱର: ଚଳିତ ବର୍ଷ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ଦୈାଡରାଣୀ ଦୂତି ଚାନ୍ଦ ମନୋନୀତ ହୋଇଛନ୍ତି । କେନ୍ଦ୍ର କ୍ରୀଡାମନ୍ତ୍ରାଳୟ ମନୋନୟନ ସମିତି ଅର୍ଜୁନ ପୁରସ୍କାର ଲାଗି ସୁପାରିସ୍ କରିଥିବା ୨୯ ଜଣିଆ ତାଲିକାରେ ଦୂତି ସ୍ଥାନ ପାଇଛନ୍ତି । ରାଜ୍ୟର ପ୍ରଥମ ଦୈାଡକୁଦ ତାରକା ଭାବେ ରଚିତା ମିସ୍ତ୍ରୀ ଭାରତୀୟ କ୍ରୀଡା ପ୍ରତି ଅତୁଳନୀୟ ଅବଦାନ ପାଇଁ ୧୯୯୮ ମସିହାରେ ଅର୍ଜୁନ ପୁରସ୍କାର ଲାଭ କରିଥିଲେ । ୨୦୦୧ ମସିହାରେ ମହିଳା ୧୦୦ ମିଟର ଦୈାଡରେ ରଚିତା ନିଜ ଆଦର୍ଶ ପିଟି ଉଷାଙ୍କ ୧୦୦ ମିଟର କୀର୍ତ୍ତିମାନ ଭାଙ୍ଗି ଚହଳ ସୃଷ୍ଟି କରିଥିଲେ । ରଚିତା ଅର୍ଜୁନ ପୁରସ୍କାର ଜିତିବାର ୨୨ ବର୍ଷ ପରେ ରାଜ୍ୟର ଦ୍ୱିତୀୟ ଦୈାଡକୁଦ ତାରକା ଭାବେ ଦୂତି ଏହି ସମ୍ମାନଜନକ ପୁରସ୍କାର ଲାଭ କରିବାକୁ ଯାଉଛନ୍ତି ।
ସୂଚନା ଅନୁଯାୟୀ, ପ୍ରଥମ ଓଡିଆ ଭାବେ ସାଇକ୍ଲିଷ୍ଟ ମୀନତି ମହାପାତ୍ର ୧୯୮୦ ମସିହାରେ ଅର୍ଜୁନ ପୁରସ୍କାର ଜିତିଥିଲେ । ତାଙ୍କ ପରେ ୭ଜଣ ଓଡିଆ ଏହି ପୁରସ୍କାର ପାଇ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ଗତବର୍ଷ ପାରାବ୍ୟାଡମିଣ୍ଟନ୍ ତାରକା ପ୍ରମୋଦ ଭଗତ ଅଷ୍ଟମ ଓଡିଆ ଭାବେ ଏହି ପୁରସ୍କାର ଲାଭ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular