ନୂଆଦିଲ୍ଲୀ: ଜୟପୁର, ତିରୁଅନନ୍ତପୁରମ ଓ ଗୌହାଟୀ ବିମାନ ବନ୍ଦରର ହେବ ଘରୋଇକରଣ । ପବ୍ଲିକ-ପ୍ରାଇଭେଟ ପାର୍ଟନରସିପରେ ଏହି ବିମାନବନ୍ଦରଗୁଡିକୁ ଲିଜରେ ଦେବା ନିମନ୍ତେ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଥିବା କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡେକର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହିସବୁ ବିମାନବନ୍ଦରକୁ ୫୦ ବର୍ଷ ପର୍ଯ୍ୟନ୍ତ ଲିଜରେ ଦିଆଯିବ । ବୁଧବାର ଜାବଡେକର କହିଛନ୍ତି ଯେ ଏହି ସବୁ ବିମାନବନ୍ଦର ଗୁଡିକ ଘରୋଇ କରଣ ହେଲେ ୧୦୭୦ କୋଟି ଟଙ୍କା ମିଳିବ । ଏହି ଅର୍ଥକୁ ଏୟାରପୋର୍ଟ ଅଥରିଟି ଛୋଟ ସହରାଞ୍ଚଳର ବିମାନ ବନ୍ଦର ବିକାଶ କାର୍ଯ୍ୟରେ ନିବେଶ କରିପାରିବେ । ଏଥିସହ ବିମାନ ବନ୍ଦରରେ ଯାତ୍ରୀଙ୍କୁ ଉନ୍ନତମାନର ସୁବିଧା ଓ ସୁଯୋଗ ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0