ମୁମ୍ବାଇ: ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆରଆର୍ଭିଏଲ) ପକ୍ଷରୁ ସାମଗ୍ରିକ ଭାବେ ‘ନେଟମେଡସ’ ନାମରେ ପରିଚିତ ଭିଟାଲିକ୍ ହେଲ୍ଥକେୟାର ପ୍ରାଇଭେଟ୍ ଲିମିଟେଡ୍ (ଭିଟାଲିକ୍) ଓ ଏହାର ସହଯୋଗୀ ସଂସ୍ଥାର ଅଧିକାଂଶ ଅଂଶଧନକୁ ପ୍ରାୟ ୬୨୦ କୋଟି ଟଙ୍କାର ନଗଦ ରାଶିରେ ଅଧିଗ୍ରହଣ କରାଯାଇଛି । ଏହି ନିବେଶ ଭିଟାଲିକ୍ର ୬୦ ପ୍ରତିଶତ ଇକ୍ୱିଟି ସେୟାର ପୁଞ୍ଜି ହାସଲ କରିବା ସହିତ ଏହାର ସହଯୋଗୀ ସଂସ୍ଥା ଯଥା ଟ୍ରେସାରା ହେଲ୍ଥ ପ୍ରାଇଭେଟ୍ ଲିମିଟେଡ୍, ନେଟମେଡସ୍ ମାର୍କେଟ୍ ପ୍ଲେସ୍ ଲିମିଟେଡ୍ ଓ ଦାଢ଼ା ଫାର୍ମା ଡିଷ୍ଟ୍ରିବ୍ୟୁସନ ପ୍ରାଇଭେଟ୍ ଲିମିଟେଡ୍ର ୧୦୦ ପ୍ରତିଶତ ପ୍ରତ୍ୟକ୍ଷ ଇକ୍ୱିଟି ମାଲିକାନାକୁ ଉପସ୍ଥାପିତ କରୁଛି ।

୨୦୧୫ରେ ପ୍ରତିଷ୍ଠିତ ହୋଇଥିବା ଭିଟାଲିକ୍ ଓ ଏହାର ସହଯୋଗୀ ସଂସ୍ଥାଗୁଡ଼ିକ ଫାର୍ମା ବିତରଣ, ବିକ୍ରି ଓ ବ୍ୟବସାୟ ସହାୟତା ସେବାରେ ରହିଛନ୍ତି । ଏହାର ସହଯୋଗୀଗୁଡ଼ିକ ସାମଗ୍ରିକ ଭାବେ ନେଟମେଡସ୍ ନାମକ ଏକ ଅନ୍ଲାଇନ୍ ଫାର୍ମାସି ପ୍ଲାଟଫର୍ମ ଚଲାଉଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ନିବେଶ ସମ୍ପର୍କରେ ଆରଆର୍ଭିଏଲର ନିର୍ଦ୍ଦେଶିକା ଇଶା ଅମ୍ବାନୀ କହିଛନ୍ତି ଯେ, “ଭାରତର ସମସ୍ତଙ୍କ ପାଖରେ ଡିଜିଟାଲ୍ ସେବା ପହଂଚାଇବା ଲାଗି ଆମର ରହିଥିବା ପ୍ରତିବଦ୍ଧତାର ଅଂଶସ୍ୱରୂପ ଏହି ନିବେଶ କରାଯାଇଛି । ‘ନେଟ୍ମେଡସ୍’କୁ ସାମିଲ କରାଯାଇଥିବାରୁ ଉତ୍ତମ ଗୁଣବତ୍ତା ଏବଂ ସୁଲଭ ମୂଲ୍ୟର ସ୍ୱାସ୍ଥ୍ୟ ସେବା ଓ ଉତ୍ପାଦ ପ୍ରଦାନ କରିବାରେ ରିଲାଏନ୍ସ ରିଟେଲସ୍ର ଦକ୍ଷତା ବୃଦ୍ଧି ହେବା ସହ ଗ୍ରାହକଙ୍କ ଅଧିକାଂଶ ଦୈନନ୍ଦିନ ଆବଶ୍ୟକତା ପୂରଣ କରିବାରେ ସକ୍ଷମ ହେବ ।’
ନେଟମେଡସର ପ୍ରତିଷ୍ଠାତା ଓ ସିଇଓ ପ୍ରଦୀପ ଦାଢ଼ା, କହିଛନ୍ତି ଯେ, “ରିଲାଏନ୍ସ ପରିବାର ସହ ଯୋଡ଼ିହେବା ଏବଂ ପ୍ରତିଟି ଭାରତୀୟଙ୍କ ପାଖରେ ଗୁଣାତ୍ମକ ମାନର ସୁଲଭ ସ୍ୱାସ୍ଥ୍ୟ ସେବା ପହଂଚାଇବା ଲାଗି ମିଳିତ ଭାବେ କାର୍ଯ୍ୟ କରିବା ବାସ୍ତବରେ ନେଟମେଡସ୍ ପାଇଁ ଏକ ଗୌରବ ।’’



Visitors Today : 2
Total Visitors : 130168
Total Views : 9891613
Visitors Online Now : 0