ଏବେ ସମୟ ପୂର୍ବରୁ ଗ୍ୟାସ୍ ସରିଲେ ଫାଇନ ଭରିବେ ଡିଷ୍ଟ୍ରିବ୍ୟୁଟର । ଯଦି ସିଲିଣ୍ଡରରେ କମ୍ ଗ୍ୟାସ୍ ବାହାରେ ଏବଂ ଏସଂକ୍ରାନ୍ତ ଆପଣ ଉପଭୋକ୍ତା ଫୋରମ କିମ୍ବା କମ୍ପାନୀକୁ ଦିଆଯାଉଥିବା ଫିଡବ୍ୟାକରେ ଅଭିଯୋଗ କରନ୍ତି ତେବେ ଡିଷ୍ଟ୍ରିବ୍ୟୁଟର ତୁରନ୍ତ ଦଣ୍ଡିତ ହେବେ । ଉପଭୋକ୍ତା ସଂରକ୍ଷଣ ଆଇନ ୨୦୧୯ ଆଧାରରେ, ଯଦି କୌଣସି ଗ୍ୟାସ ବିତରକ ଉପଭୋକ୍ତାଙ୍କ ଅଧିକାର କ୍ଷୁର୍ଣ୍ଣ କରିବାକୁ ସାହସ କରନ୍ତି ତେବେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନୂଆ ନିୟମ ଅନୁସାରେ, ଯଦି ବିତରକଙ୍କୁ କରାଯାଇଥିବା ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ ତେବେ ଆପଣ ସିଧା ଉପଭୋକ୍ତା ଫୋରମରେ ଏନେଇ ଅଭିଯୋଗ କରିପାରିବେ । ଅଭିଯୋଗର ମାତ୍ର ଗୋଟିଏ ମାସ ଭିତରେ ହିଁ ସଂପୃକ୍ତ ସଂସ୍ଥା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କେବଳ ସେତିକି ନୁହେଁ ଯଦି ବାରମ୍ବାର ଡିଷ୍ଟ୍ରିବ୍ୟୁଟରଙ୍କ ବିରୁଦ୍ଧରେ ଏପରି ଅଭିଯୋଗ ଆସେ ତେବେ ସଂପୃକ୍ତ ସଂସ୍ଥାର ଲାଇସେନ୍ସ ରଦ୍ଦ କରିଦିଆଯିବ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0