spot_img

ଲଗାଣ ବର୍ଷାରେ ଦିଲ୍ଲୀ-ଏନସିଆରର ବିଭିନ୍ନ ଅଞ୍ଚଳ ଜଳମଗ୍ନ

ନୂଆଦିଲ୍ଲୀ: ଲଗାତାର ଦୁଇଦିନ ଧରି ଲଗାଣ ବର୍ଷାରେ ବେହାଲ ରାଜଧାନୀ । ଗୁରୁବାର ସକାଳୁ ହୋଇଥିବା ଲଗାଣ ବର୍ଷା ହେତୁ ଦିଲ୍ଲୀ-ଏନସିଆରର ବିଭିନ୍ନ ଅଞ୍ଚଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି । ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଥିବାରୁ ଟ୍ରାଫିକ୍ ଆଲର୍ଟ ମଧ୍ୟ ଜାରି କରାଯାଇଛି । ଆଗାମୀ କିଛି ଘଣ୍ଟା ଧରି ଦିଲ୍ଲୀ ଓ ଏହାର ପଡୋଶୀ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଅତ୍ୟଧିକ ବର୍ଷା ଯୋଗୁଁ ଦିଲ୍ଲୀର କିଛି ଅଞ୍ଚଳରେ ବଡ଼ ବଡ଼ ଅଟ୍ଟାଳିକା ଭୁଷୁଡ଼ି ପଡ଼ିଥିବାର ଖବର ମଧ୍ୟ ସାମ୍ନାକୁ ଆସିଛି । ଗରୁଗ୍ରାମରେ ରାସ୍ତାରେ ପାଣି ଜମିରହିଛି ।

ବର୍ଷା ଯୋଗୁଁ ଦିଲ୍ଲୀ ଏବଂ ଏନସିଆରର ତାପମାତ୍ରା ୨୭ ଡିଗ୍ରୀ ସେଲସିୟସ୍‌କୁ ଖସିଆସିଛି । ଆଗାମୀ କିଛି ଘଣ୍ଟା ମଧ୍ୟରେ ସମଗ୍ର ଦିଲ୍ଲୀର ଅନେକ ସ୍ଥାନରେ ମଧ୍ୟମ ଏବଂ ପ୍ରବଳ ବର୍ଷା ସହିତ ବଜ୍ରପାତ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular