ଶ୍ରୀନଗର: ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ଆଜି ବର୍ଷେ ପୂରିଲା । ୨୦୧୯ ଅଗଷ୍ଟରେ ଜମ୍ମୁ -କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବଳର ୪୦୦ ଅତିରିକ୍ତ କମ୍ପାନିକୁ ନିୟୋଜିତ କରିଥିଲା । ଅଗଷ୍ଟ ୪ ତାରିଖରେ ରାଜ୍ୟରେ ଲକ୍ ଡାଉନ୍ ଘୋଷଣା କରାଯିବା ସହ ବହୁ ରାଜନୈତିକ ନେତାଙ୍କୁ ଅଟକ ରଖାଯାଇଥିଲା । ଅଗଷ୍ଟ ୫ ତାରିଖରେ ଧାରା ୩୭୦ ଉଚ୍ଛେଦ ଓ ଗୋଟିଏ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପୂର୍ବରୁ ଏହି ସୁରକ୍ଷା କର୍ମୀମାନଙ୍କୁ ନିୟୋଜିତ କରାଯାଇଥିଲା । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜମ୍ମୁ-କଶ୍ମୀରରୁ ୧୦ ହଜାରରୁ ଉର୍ଦ୍ଧ୍ୱ ସୁରକ୍ଷାବଳ କର୍ମୀଙ୍କୁ ପ୍ରତ୍ୟାହାର କରିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛନ୍ତି । ଏହା ଛଡ଼ା ସିଏପିଏଫ୍ର ୧୦୦ଟି କମ୍ପାନୀକୁ ପ୍ରତ୍ୟାହାର କରିବାକୁ କୁହାଯାଇଛି ।
ବର୍ଷକ ମଧ୍ୟରେ ଜମ୍ମୁ-କଶ୍ମୀର ଓ ଲାଦାଖ, ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ ଲାଗିଥିବା ଅନେକ କଟକଣା କୋହଳ ହୋଇଛି । ଅଟକ ରଖାଯାଇଥିବା ଅନେକ ରାଜନେତାଙ୍କୁ ମୁକ୍ତ କରାଯାଇଛି । ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ ପୂର୍ବଭଳି ହେଲାଣି । ଜମ୍ମୁ –କଶ୍ମୀରର ଅନ୍ୟ ଅଞ୍ଚଳର ସୁରକ୍ଷା ସ୍ଥିତିର ସମୀକ୍ଷା ପରେ ଏହି ନିଷ୍ପତ୍ତି ନିଆଯାଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0