spot_img

ଏକାଧିକ ପ୍ୟାନ କାର୍ଡଧାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ: ଆୟକର ବିଭାଗ

ନୂଆଦିଲ୍ଲୀ: ପ୍ୟାନ୍ କାର୍ଡ କ୍ଷେତ୍ରରେ ଆୟକର ବିଭାଗ ଏକ ବଡ ନିଷ୍ପତ୍ତି ଗ୍ରହଣ କରିବାକୁ ଯାଉଛି । ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ଆଧାର ନମ୍ବର ସହିତ ପ୍ୟାନ୍ ସଂଯୋଗ କରାଯିବ । ଯଦି ଏପରି କରାନଯାଏ ତେବେ ପ୍ରାୟ ୧୮୦ ନିୟୁତରୁ ଅଧିକ ସ୍ଥାୟୀ ପ୍ୟାନ୍ ଆକାଉଣ୍ଟ ଅକାମୀ ହୋଇଯାଇପାରେ ବୋଲି ଆୟକର ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହାଛଡା ଏକାଧିକ ପ୍ୟାନ୍ କାର୍ଡ ରଖିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି । ଅଲଗା ଅଲଗା ପ୍ୟାନ କାର୍ଡ ବ୍ୟବହାର କରି ସରକାରଙ୍କୁ ଟ୍ୟାକ୍ସ ଦେବା କ୍ଷେତ୍ରରେ ଠକୁଥିବା ଲୋକମାନଙ୍କୁ ଧରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ମିଳିଛି ।
ସୂଚନା ମୁତାବକ, ଜୁନ୍ ମାସ ସୁଦ୍ଧା ଦେଶରେ ୫୦.୯୫ କୋଟି ପ୍ୟାନ୍ କାର୍ଡଧାରୀ ରହିଥିଲେ । ସେମାନଙ୍କ ମଧ୍ୟରୁ ମାତ୍ର ୬.୪୮ କୋଟି ଲୋକ ଆୟକର ରିଟର୍ଣ୍ଣ ଭରିଥିଲେ । ଏନେଇ ଦେଶର ୭୪ ତମ ସ୍ୱାଧୀନତା ଦିବସରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ଭାରତର ୧୩୦ କୋଟି ଲୋକଙ୍କ ମଧ୍ୟରୁ କେବଳ ୧.୫ କୋଟି ଲୋକ କର ଭରୁଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular